Site icon ଆଜିକାଲି

ରିଲିଜ ହେଲା ପିଲ୍ମ ‘ପଠାନ’ର ଟ୍ରେଲର

ମୁମ୍ୱାଇ :  ରିଲିଜ ହେଲା ପିଲ୍ମ ‘ପଠାନ’ର ଟ୍ରେଲର । ରିଲିଜର ୫ ମିନିଟ ଭିତରେ ଦମଦାର ଭିୟୁ ଦେଖିବାକୁ ମିଳିଛି । ଦୀର୍ଘ ୫ ବର୍ଷ ପରେ ବି-ଟାଉନ୍‌କୁ କମ୍ ବ୍ୟାକ୍ କଲେ କିଙ୍ଗ ଖାନ୍ ଶାହାରୁଖ । ତେବେ ଫିଲ୍ମଟି ବକ୍ଲ ବଷ୍ଟର ହିଟ୍ ହେବ ନା ପ୍ଲଫ୍ ହେବ ତାହା ରିଲିଜ୍ ପରେ ଜଣାପଡିବ । ଜାନୁୟାରୀ ୨୫କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଫିଲ୍ମ ରିଲିଜ ପୂର୍ବରୁ ଗୀତଗୁଡିକ ଚାର୍ଟ ବଷ୍ଟରରେ ହିଟ୍ ହୋଇଛି । ବେସରମ ରଙ୍ଗ ଏବଂ ଜୁମେ ଜୋ ‘ପଠାନ’ର ଦୁଇଟି ଗୀତକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ ଅନଲାଇନରେ ଲିକ୍ ହୋଇଥିଲା ‘ପଠାନ’ର ଟ୍ରେଲର । ପଠାନ୍ ପିଲ୍ମକୁ ନେଇ ସୋସିଆଲ ମିଡିଆରେ ଜୋଦରାଦ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ଏବଂ ଫିଲ୍ମର ଗୀତରେ ଅଶ୍ଳୀଳତା ପ୍ରଚାର ଭଳି ଅଭିଯୋଗ ହେତୁ ‘ପଠାନ’କୁ ନେଇ ଅନେକ ବିବାଦରେ ରହିଆସୁଛି ।

Exit mobile version