Site icon ଆଜିକାଲି

ଆଜି ମାଟିରେ ମିଶିବ ଟ୍ୱିନ୍ ଟାୱାର

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ମାଟିରେ ମିଶିବ ଟ୍ୱିନ୍ ଟାୱାର । ଉତ୍ତରପ୍ରଦେଶ ନୋଏଡାରେ ଥିବା ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ୨ଟା୩୦ରେ ଭଙ୍ଗାଯିବ । ମାତ୍ର ୧୨ ମିନିଟରେ ମାଟିରେ ମିଶିବ ବିଶାଳକାୟ ବିଲ୍ଡିଂ । ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ । ମାତ୍ର ୯ସେକେଣ୍ଡରେ ଧୂଳିସାତ୍ ହେବ ସୁପରଟେକ୍ ଟ୍ୱିନ୍ ଟାୱାର । ଏହି ଟାୱାର ଗୁଡିକୁ ୪୦ ମହଲା ବିଶିଷ୍ଟ କରିବାକୁ ଯୋଜନା ଥିଲା । ତେବେ ସୁପ୍ରିମକୋର୍ଟରେ ମାମଲା ଥିବାବେଳେ କାର୍ଯ୍ୟ ଅଟକି ରହିଥିଲା । ଏହି ଦୁଇ ବିଲ୍ଡିଂ ମଧ୍ୟରୁ ଗୋଟିଏ ୩୨ ମହଲା ଏବଂ ଅନ୍ୟଟି ୨୯ ମହଲା ରହିଛି । ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ । କୋଠାରେ ପ୍ରାୟ ୧ ହଜାର ଡିଟୋନିଟର ଖଞ୍ଜା ଯାଇଛି । ଗୋଟିଏ ସୁଇଚ୍ ମାରିଲେ ସମସ୍ତ ଡିଟୋନିଟର ବ୍ଲାଷ୍ଟ ହେବ । ବିଲ୍ଡିଂ ଭାଙ୍ଗିବାକୁ ୧୦ ଜଣିଆ ଟେକ୍ନିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ବିଲ୍ଡିଂ ଆଖପାଖରେ ଥିବା ପ୍ରାୟ ୫ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

Exit mobile version