Site icon ଆଜିକାଲି

ଆଜି ଆସିବ ଜ୍ଞାନବାପୀ ମାମଲାର କୋର୍ଟଙ୍କ ରାୟ

ବାରଣାସୀ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମାମଲାରେ ଆଜି ଆସିବ କୋର୍ଟଙ୍କ ରାୟ । ରାୟ ଶୁଣାଇବେ ବାରଣାସୀ ଜିଲା ଦୌରାଜଜ ।ବାରଣାସୀରେ ହାଇଆଲର୍ଟ ଜାରି, ସୁରକ୍ଷା କଡ଼ାକଡ଼ି । ହୋଟେଲରେ ଯାଞ୍ଚ, ଫ୍ଲାଗ୍‌ ମାର୍ଚ୍ଚ କରୁଛି ପୋଲିସ । ସୋସିଆଲ ମିଡିଆ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ।

ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଏବଂ ବିଗ୍ରହର ସୁରକ୍ଷାକୁ ନେଇ ହୋଇଥିବା ମାମଲା ଶୁଣାଣି ପାଇଁ ଯୋଗ୍ୟ କି ନାହିଁ ସେନେଇ ନିଷ୍ପତ୍ତି ଶୁଣାଇବେ କୋର୍ଟ । ଗତ ୨୪ତାରିଖରେ ସବୁ ପକ୍ଷର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମେ ୨୩ତାରିଖରୁ ଜିଲା କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା ।

Exit mobile version