Site icon ଆଜିକାଲି

ଭୂସ୍ଖଳନରେ ଭୁଶୁଡ଼ିଲା କାନ୍ଥ, ମା’ ଝିଅ ମୃତ

ନୂଆଦିଲ୍ଲୀ : ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଏକାଧିକ ଘର ଭାଙ୍ଗି ଯାଇଥିବା ବେଳେ କିଛି ସ୍ଥାନରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଟୋଲି ଗାଁରେ କାନ୍ଥ ଭୁଶୁଡ଼ିବା ଯୋଗୁ ଏହା ତଳେ ଚାପି ହୋଇ ମା’ଝିଅଙ୍କ ମୃତ୍ୟୁ ଘଟିଛି।

ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ସରିତା ଦେବୀ ଓ ତାଙ୍କ ୧୫ ବର୍ଷର ଝିଅ ଅଙ୍କିତାଙ୍କ ମୃତଦେହକୁ ବାହାର କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ମୟୂର ଦୀକ୍ଷିତ କହିଛନ୍ତି, ସରିତା ଦେବୀଙ୍କ ଘରର ପଛ ଭାଗକୁ ଲାଗିଥିବା ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଧ୍ୱଂସାବଶେଷ ତଳେ ସରିତା ଦେବୀ ଓ ତାଙ୍କ ଝିଅ ଚାପି ହୋଇଯାଇଥିଲେ।

Exit mobile version