Site icon ଆଜିକାଲି

ନିର୍ବାଚନ ଲଢ଼ି ପାରିବେନି ୧୦୬୯, ଓଡିଶାରୁ ଅଛନ୍ତି ୩୫ ଜଣ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୁକ୍ତ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୦ଏ ଅନୁଯାୟୀ ଅଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ଜାରି କରିଛନ୍ତି। ଅଯୋଗ୍ୟ ଘୋଷିତ ବ୍ୟକ୍ତି ମାନେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଅଯୋଗ୍ୟ ଘୋଷିତ ବ୍ୟକ୍ତିଙ୍କ ନାମ ସେହି ତାଲିକାରେ ରହିଛି।

ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରିଟର୍ଣ୍ଣିଂ ଅଫିସର ଏବଂ ଅନ୍ୟ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସେହି ତାଲିକା ଅନୁଯାୟୀ ସାରା ଦେଶରେ ମୋଟ ୧ ହଜାର ୬୯ ଜଣ ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଓଡିଶାରୁ ଏହି ତାଲିକାରେ ୩୫ ଜଣ ଅଛନ୍ତି।

ଏହି ତାଲିକାରେ ବିହାରରୁ ସର୍ବାଧିକ ୨୩୭ ଜଣ ଥିବା ବେଳେ ଉତ୍ତର ପ୍ରଦେଶରୁ ୧୨୧ ଓ ତେଲେଙ୍ଗାନାରୁ ୧୦୭ ଜଣ ରହିଛନ୍ତି। ତାଲିକା ଅନୁଯାୟୀ ମଧ୍ୟପ୍ରଦେଶରୁ ୭୯, କର୍ଣାଟକରୁ ୭୫, ଛତିଶଗଡ଼ରୁ ୭୩, ହରିୟାଣାରୁ ୫୫, ଆନ୍ଧ୍ର ପ୍ରଦେଶରୁ ୫୧, କେରଳରୁ ୪୩, ତାମିଲନାଡ଼ୁରୁ ୨୭, ଝାଡ଼ଖଣ୍ଡରୁ ୨୬, ଉତ୍ତରାଖଣ୍ଡରୁ ୨୪, ଦିଲ୍ଲୀରୁ ୨୧, ମହାରାଷ୍ଟ୍ରରୁ ୧୮, ରାଜସ୍ଥାନରୁ ୧୮, ପଶ୍ଚିମବଙ୍ଗରୁ ୧୭, ଆସାମରୁ ୧୧, ଗୁଜରାଟରୁ ୯, ହିମାଚଳ ପ୍ରଦେଶରୁ ୯, ପଞ୍ଜାବରୁ ୭, ଆଣ୍ଡାମାନରୁ ୫ ଓ ଲାକ୍ଷାଦ୍ଵୀପରୁ ଜଣେ ଅଛନ୍ତି।

Exit mobile version