Site icon ଆଜିକାଲି

ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହେଲେ ଏହି ତିନି କିମ୍ବଦନ୍ତୀ କ୍ରିକେଟର୍


ଦୁବାଇ: ପାକିସ୍ତାନର କିମ୍ବଦନ୍ତୀ ସ୍ପିନର ଅବଦୁଲ କାଦିର, ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଶିବନାରାଇନ୍ ଚନ୍ଦ୍ରପଲ୍ ଏବଂ ଇଂଲଣ୍ଡର ମହିଳା ବିଶ୍ୱକପ୍ ବିଜେତା ଅଧିନାୟିକା ଚାର୍ଲୋଟ୍ ଏଡୱାର୍ଡସଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି । ଏକ ଭୋଟ୍ ପ୍ରକ୍ରିୟା ପରେ ଏହି ତିନିଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି | ଭୋଟ୍ ପ୍ରକ୍ରିୟାରେ ହଲ୍ ଅଫ୍ ଫେମରେ ପୂର୍ବରୁ ସମ୍ମାନିତ ଖେଳାଳି, ଗଣମାଧ୍ୟମ ପ୍ରତିନିଧୀ ଏବଂ କ୍ରିକେଟ୍ ଖେଳାଳି ସଂଘ (ଏଫ୍ଆଇସିଏ) ଏବଂ ଆଇସିସିର ବରିଷ୍ଠ ଅଧିକାରୀ ଯୋଗ ଦିଅନ୍ତି |

କାଦିରଙ୍କୁ ଲେଗ୍ ସ୍ପିନ୍ ର ଯାଦୁକର କୁହାଯାଉଥିଲା | ତିନି ବର୍ଷ ପୂର୍ବେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ କ୍ୟାରିୟରରେ ସେ ୬୭ଟି ଟେଷ୍ଟ ଏବଂ ୧୦୪ ଟି ଦିନିକିଆରେ ଯଥାକ୍ରମେ ୨୩୬ ଏବଂ ୧୩୨ ୱିକେଟ୍ ନେଇଥିଲେ | ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ଥିବା ଶିବନାରାଇନ୍ ଚନ୍ଦ୍ରପଲଙ୍କ ନାଁରେ କ୍ରମାଗତ ସାତ ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରହିଛି।

ୱେଷ୍ଟଇଣ୍ଡିଜ୍ ପାଇଁ ୧୬୪ଟି ଟେଷ୍ଟ ଏବଂ ୨୬୮ଟି ଦିନିକିଆ ଖେଳିଥିବା ଚନ୍ଦ୍ରପଲ କହିଛନ୍ତି ଯେ ମୁଁ ମୋ ପରିବାର, ବନ୍ଧୁ ଏବଂ ମୁଖ୍ୟତଃ ୱେଷ୍ଟଇଣ୍ଡିଜ୍ ଏବଂ ବିଶ୍ବର ପ୍ରଶଂସକଙ୍କ ସହ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛି।

ଦୁଇ ଦଶନ୍ଧିର କ୍ୟାରିୟରରେ ଚାର୍ଲୋଟ୍ ଏଡୱାର୍ଡସ୍ ୨୦୦୯ରେ ମହିଳା ଦିନିକିଆ ବିଶ୍ୱକପ୍ ଏବଂ ସେହି ବର୍ଷ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲେ | ସେ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। “ମୁଁ ମୋର ଅନ୍ତର୍ଜାତୀୟ କ୍ୟାରିୟରର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛି ଏବଂ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇ ମୁଁ ବହୁତ ଖୁସି। ସିଡନୀରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଏହି ତିନିଜଣଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରାଯିବ।

Exit mobile version