Site icon ଆଜିକାଲି

ତୃତୀୟ ଟି-୨୦ : ୱେଷ୍ଟଇଣ୍ଡିଜକୁ ୭ ୱିକେଟ୍‌ରେ ହରାଇଲା ଭାରତ

ସେଣ୍ଟ୍ କିଟ୍ସ : ସେଣ୍ଟ କିଟ୍ସର ଓ୍ଵାର୍ଣ୍ଣର ପାର୍କରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଙ୍ଗରେ ଧରାଶାୟୀ ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜକୁ ୭ ୱିକେଟ୍‌ରେ ହରାଇ ବିଜୟଧାରାକୁ ଫେରିଲା ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଭାରତ ୬୮ ରନ୍‌ରେ ଜିତିଥିଲା। ଘରୋଇ ଇଣ୍ଡିଜ୍ ଦ୍ବିତୀୟ ମୁକାବିଲାକୁ ୫ ୱିକେଟ୍‌ରେ ଜିତି ସ୍ଥିତି ୧-୧କୁ ଆଣିଥିଲା। ହେଲେ ମଙ୍ଗଳବାରର ତୃତୀୟ ଲଢ଼େଇକୁ ସହଜରେ ଜିତି ଭାରତ ପୁଣି ଥରେ ଆଗୁଆ ହୋଇଛି। ଶୃଙ୍ଖଳାର ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଆମେରିକାର ଫ୍ଲୋରିଡାସ୍ଥିତ ଲୌଡରହିଲ୍‌ରେ ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ଧରି ଖେଳାଯିବ।

ତୃତୀୟ ଟି-୨୦ରେ କାଇଲ୍ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ଓ୍ଵେଷ୍ଟଇଣ୍ଡିଜ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ମ୍ୟାଚ୍ ଜିତି ଅଗ୍ରଣୀ ହାସଲ ପାଇଁ ଭାରତ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି। କାଇଲ ମେୟର୍ସ ୫୦ ବଲରୁ ୭୩ ରନ କରିଛନ୍ତି। ସିମରନ ହେଟମାୟର ୩୦ ରନ କରିଥିବା ବେଳେ ରୋଭମାନ ପାଓ୍ଵେଲ ଦ୍ରୁତ ୨୩ ରନ ଏବଂ ନିକୋଲାସ ପୂରନ ୨୨ ରନ କରିଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୨ ଓ୍ଵିକେଟ୍ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି।

୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରି ଭାରତୀୟ ଖେଳାଳି ପାଳି ଆରମ୍ଭ କରିଥିଲେ । ଭାରତ ଏହାକୁ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୭୬ ଏବଂ ଋଷଭ ପନ୍ତଙ୍କ ଅପରାଜିତ ୩୩ ରନ୍ ବଳରେ ଗୋଟିଏ ଓଭର ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଧିନାୟକ ରୋହିତ ଶର୍ମା ୧୧ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆହତ ଅବସର ହେବା ପରେ ସୂର୍ଯ୍ୟକୁମାର ଭାରତ ବିଜୟକୁ ପକ୍କା କରିଥିଲେ। ଓବେଦ ମ୍ୟାକୟଙ୍କୁ ଚୌକା ମାରି ପନ୍ତ ବିଜୟ ମୁଣ୍ଡି ମାରିଥିଲେ। ସୂର୍ଯ୍ୟକୁମାର ତାଙ୍କ ମ୍ୟାଚ୍ ବିଜୟୀ ପାଳି ପାଇଁ ‌ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Exit mobile version