Site icon ଆଜିକାଲି

ତୃତୀୟ ଟେଷ୍ଟ, ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୭ ରନ୍‌ରେ ଅଲ୍‌ଆଉଟ୍‌

ଇନ୍ଦୋର : ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଅନ୍ତର୍ଗତ ତୃତୀୟ ଟେଷ୍ଟ୍‌ ସ୍ଥାନୀୟ ହୋଲ୍‌କର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାରଠୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ୧୯୭ ରନ୍‌ରେ ଅଲ୍‌ଆଉଟ୍‌ । ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ଠାରୁ ୮୮ରନ୍‌ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଛନ୍ତି ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଯେଉଁଥିରେ ବିରାଟ କୋହଲି ସର୍ବାଧିକ ୨୨ ରନ୍‌ କରିଥିଲେ । କୌଣସି ବ୍ୟାଟସମ୍ୟାନ୍‌ ଭଲ ସ୍କୋର କରିପାରନଥିଲେ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ କୁହ୍ନେମାନ୍‌ ସର୍ବାଧିକ ୫ଟି ଓ୍ୱିକେଟ୍‌ ନେଇଥିଲେ । ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଅଷ୍ଟ୍ରେଲିଆ ପ୍ରାରମ୍ଭିକ୍‌ ଝଟ୍‌କା ଲାଗିଥିଲେ ବି ଉସ୍‌ମାନ ଖ୍ୱାଜା ଏକ ସମ୍ମାନଜନକ ସ୍କୋର କରିଥିଲେ । ହେଲେ ଭାରତୀୟ ସ୍ପିନରଙ୍କ ଆଗେ ବହୁ ସମୟ ତିଷ୍ଠି ନଥିଲେ । ପୁରା ୧୯୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଯାହାଫଳରେ ଭାରତ ଠାରୁ ୮୮ ରନ୍‌ରେ ଆଗୁଆ ରହିଛି କଙ୍ଗାରୁ ଟିମ୍‌ । ସେପଟେ ବୋଲିଂ ବିଭାଗରେ ପୁଣି ଚମକିଛନ୍ତି ରବିନ୍ଦ୍ର ଜାଡେଜା ଓ ଅଶ୍ୱିନୀ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଖୁବଶୀଘ୍ର ପାଭିଲିୟନ୍‌ ଫେରାଇବାରେ ସକ୍ଷମ ହୋଇଥିଲେ । ରବିନ୍ଦ୍ର ଜାଡେଜା ମୋଟ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

Exit mobile version