Site icon ଆଜିକାଲି

ନୂଆ ଆଇନରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ : ଭାରତରେ ସୋମବାର ଠାରୁ ନୂଆ ଫୌଜଦାରୀ ଆଇନ ଲାଗୁ ହେବା ପରେ ରୁଜୁ ହୋଇଛି ପ୍ରଥମ ମାମଲା। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୭୩ ଅଧୀନରେ ପ୍ରଥମ ଏତଲା ରୁଜୁ ହୋଇଛି। ଉକ୍ତ ଏତଲାକୁ ଭିତ୍ତିକରି ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଦଫା ୨୮୫ରେ ଜଣେ ବ୍ୟବସାୟୀଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ କରାଯାଇଛି। ବ୍ୟବସାୟୀ ଜଣକ ନୂଆଦିଲ୍ଲୀ ରେଳ ଷ୍ଟେଶନର ଏକ ଫୁଟ ଓଭରବ୍ରିଜ ରାସ୍ତା ଅବରୋଧ କରି ଜିନିଷପତ୍ର ବିକ୍ରି କରୁଥିଲେ।

ଏତଲାରେ ଦର୍ଶାଯାଇଛି ଯେ, ଅଭିଯୁକ୍ତ ଜଣକ ଫୁଟ ଓଭରବ୍ରିଜ ଉପରେ ଏକ ଠେଲାଗାଡ଼ିରେ ତମାଖୁ ଉତ୍ପାଦ ଏବଂ ପାଣି ବୋତଲ ବିକ୍ରି କରୁଥିଲେ। ଯେଉଁଥିପାଇଁ ସେହି ବାଟ ଦେଇ ଯାତାୟାତ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଷ୍ଟେସନରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ତାଙ୍କୁ ଅନ୍ୟତ୍ର ଯାଇ ବ୍ୟବସାୟ କରିବାକୁ ନିର୍ଦେଶ ଦେଇଥିଲେ ହେଁ ସେ ଶୁଣି ନ ଥିଲେ।

Exit mobile version