Site icon ଆଜିକାଲି

‘ଏହି ଜୀବନ ମୋର ନୁହେଁ, ମୋ ଜୀବନ ମୋ ଦେଶ ପାଇଁ ଉତ୍ସର୍ଗୀକୃତ’ : ଲାଲାକୃଷ୍ଣ ଆଡ୍‌ଭାନୀ

ନୂଆଦିଲ୍ଲୀ : ଲାଲକୃଷ୍ଣ ଆଡ୍‌ଭାନୀଙ୍କୁ ଦିଆଯିବ ଭାରତ ରତ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହା ଘୋଷଣା କରିଛନ୍ତି । ମୋଦି କହିଛନ୍ତି ଯେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲାକୃଷ୍ଣ ଆଡଭାନୀଙ୍କୁ ଦେଶର ସବୁଠୁ ବଡ଼ ସମ୍ମାନରେ ସମ୍ମାନିତ କରାଯିବ । ୯୬ ବର୍ଷୀୟ ଆଡ୍‌ଭାନୀ ନିଜେ ଏହା ବିଷୟରେ ଏକ ବୟାନ ଜାରି କରି କହିଛନ୍ତି, ‘ମୁଁ ଅତ୍ୟନ୍ତ ନମ୍ରତା ଏବଂ କୃତଜ୍ଞତାର ସହ ଏହି ସମ୍ମାନକୁ ସ୍ୱୀକାର କରିବି’ ।

ଆଡ୍‌ଭାନୀ କହିଛନ୍ତି, ‘ଏହା କେବଳ ଜଣେ ବ୍ୟକ୍ତି ରୂପେ ମୋ ପାଇଁ ସମ୍ମାନର କଥା ନୁହେଁ, ବରଂ ସେହି ଆଦର୍ଶ ଏବଂ ନୀତିଗୁଡ଼ିକ ପାଇଁ ମଧ୍ୟ ସମ୍ମାନ, ଯାହାକୁ ମୁଁ ସାରା ଜୀବନ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ସହିତ ସେବା କରିବାକୁ ଚେଷ୍ଟା କରିଛି’ ।

ଏଲ୍‌କେ ଆଡ୍‌ଭାନୀ କହିଛନ୍ତି, ‘ଯେବେଠୁ ମୁଁ ୧୪ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ରୂପେ ସାମିଲ ହୋଇଥିଲି, ସେବେଠୁ ମୁଁ କେବଳ ଗୋଟିଏ ହିଁ କାମନା କରିଛି, ଜୀବନରେ ମୋତେ ଯେଉଁ ବି କାର୍ଯ୍ୟ ଦିଆଯାଇଛି, ତାହାକୁ ମୁଁ ନିଃସ୍ୱାର୍ଥପର ଭାବେ କରିଛି । ଯେଉଁ ଜିନିଷ ମୋ ଜୀବନକୁ ପ୍ରେରିତ କରିଛି, ତାହା ହେଉଛି ଏକ ଆଦର୍ଶ ବାକ୍ୟ ‘ଇଦଂ ନ ମମ’ । ଏହି ଜୀବନ ମୋର ନୁହେଁ, ମୋ ଜୀବନ ମୋ ଦେଶ ପାଇଁ ଉତ୍ସର୍ଗୀକୃତ’ ।

ଦେଶର ଉପ ପ୍ରଧାନମନ୍ତ୍ରୀ ରହିଥିବା ଲାଲକୃଷ୍ଣ ଆଡ୍‌ଭାନୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସହିତ ଲମ୍ବା ସମୟ ଧରି କାମ କରିଛନ୍ତି ।

Exit mobile version