Site icon ଆଜିକାଲି

ହୃଦଘାତରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

କୋଚି: ପରଲୋକରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମାମୁକୋୟାଙ୍କର । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁଁ ବୁଧବାର ତାଙ୍କ ଦେହାନ୍ତ ଘଟିଛି । ରିପୋର୍ଟ ଅନୁଯାୟୀ, ମାମୁକୋୟା ଏକ ଫୁଟବଲ ଇଭେଣ୍ଟରେ ଯୋଗଦେବାକୁ ଯାଇଥିଲେ । ସେଠାରେ ସେ ହଠାତ୍ ଅଚେତ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଜିକୋଡସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ମାମୁକୋୟା ୪୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ୧୯୭୯ ମସିହାରୁ ପ୍ରଥମେ ଥିଏଟରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ | ସେ କମିକ୍ ଚରିତ୍ରରେ ଅଭିନୟ ପାଇଁ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ | ଲୋକମାନେ ମାମୁକୋୟାଙ୍କର ମାଲାବାରୀ ଉଚ୍ଚାରଣକୁ ଭଲ ପାଉଥିଲେ ଏବଂ ତାଙ୍କ ପ୍ରତି ଲୋକଙ୍କ ଆକର୍ଷଣର ଏହା ମୁଖ୍ୟ କାରଣ ଥିଲା । ହାମଲ ଲଭ୍ ଷ୍ଟୋରୀ, କୁରୁଥୀ ଏବଂ ମ୍ରିନାଲ୍ ମୁରଲୀ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ମାମୁକୋୟା ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଗତ ବର୍ଷ ମାମୁକୋୟାଙ୍କୁ ‘କୋବ୍ରା’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ସାଉଥ୍ ସୁପରଷ୍ଟାର ବିକ୍ରମଙ୍କ ସହ କାମ କରିଥିଲେ।

Exit mobile version