Site icon ଆଜିକାଲି

ଜମ୍ମୁ-କାଶ୍ମୀର: ଖାଇକୁ ଖସିଲା ପାଟ୍ରୋଲିଂ ଗାଡ଼ି, ୩ ସେନା କର୍ମଚାରୀ ମୃତ

ଜାମ୍ମୁ : ଉତ୍ତର କାଶ୍ମୀରର କୁପୱାଡାର ମାଖଲ ସେକ୍ଟରରେ ବୁଧବାର ଖାଇକୁ ଖସିଲା ସେନାର ଏକ ପାଟ୍ରୋଲିଂ ଗାଡି । ଫଳରେ ତିନିଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ସୈନିକ ଚିନ୍ନାର କର୍ପସର ଡୋଗ୍ରା ରେଜିମେଣ୍ଟ ୧୪ତମ ବାଟାଲିୟନର ଥିଲେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଛି।

ଚିନ୍ନାର କର୍ପସ ସୂଚନା ଅନୁଯାୟୀ ଫରଓ୍ବାର୍ଡ ଅଞ୍ଚଳରେ ଏକ ନିୟମିତ ଅପରେସନ ସମୟରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବରଫ ପାତ ଯୋଗୁଁ ଗାଡିଟି ସ୍ଲିପ୍ ହୋଇ ଖାଲକୁ ଖସିପଡ଼ିଥିଲା ।

Exit mobile version