Site icon ଆଜିକାଲି

ହୋଟେଲରେ ଅଗ୍ନିକାଣ୍ଡ, ତିନି ମୃତ

ମୁମ୍ବାଇ: ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ରବିବାର ହୋଟେଲ ଗାଲାକ୍ସିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ ପ୍ରଭାତ କଲୋନୀରେ ଥିବା ହୋଟେଲ ‘ଗାଲାକ୍ସି’ର ଦ୍ୱିତୀୟ ମହଲାରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା । ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କୁ କପୁର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚାରିଟି ଦମକଳ ବାହିନୀ ସହ ଚାରି ପାଣି ଟାଙ୍କି ଏବଂ ଅନ୍ୟାନ୍ୟ ସହାୟତା ଘଟଣାସ୍ଥଳକୁ ପଠାଯାଇଛି | ନିଆଁ ଲିଭାଇବା କାମ ଜାରି ରହିଛି ।

ଅପରାହ୍ନ ପ୍ରାୟ ଗୋଟାଏରେ ହୋଟେଲରେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ହୋଟେଲରେ ଆତଙ୍କ ଖେଳିଯାଇଥିଲା । ହୋଟେଲ କର୍ମଚାରୀମାନେ ହୋଟେଲ ଶୀଘ୍ର ଖାଲି କରିବାକୁ ଉଦ୍ୟମ କରିଥିଲେ | ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

Exit mobile version