Site icon ଆଜିକାଲି

ତୁର୍କୀ, ସିରିଆରେ ପୁଣି ଶକ୍ତିଶାଳୀ ଭୂମିକମ୍ପ, ୩ ମୃତ 

ଅଙ୍କାରା : ପୁଣି ଭୂମିକମ୍ପରେ ଦୋହଲିଛି ତୁର୍କୀ ଏବଂ ସିରିଆ । ଭୟଙ୍କର ଭୂମିକମ୍ପର ୧୪ ଦିନ ପରେ ସୋମବାର ତୁର୍କୀରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ହୋଇଛି | ସଦ୍ୟ ଭୂକମ୍ପରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି। ତୁର୍କୀର ଦକ୍ଷିଣ ହତେ ପ୍ରଦେଶରେ ଏହି ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି |

ସୋମବାରର ଭୂକମ୍ପ ଦକ୍ଷିଣ ତୁର୍କୀ ସହର ଆଣ୍ଟାକିଆ ନିକଟରେ ହୋଇଥିଲା। ସିରିଆ, ଇଜିପ୍ଟ ଏବଂ ଲେବାନନରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।

ସୂଚନା ଯେ, ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ୪୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଥିଲ।

Exit mobile version