Site icon ଆଜିକାଲି

ମିଛ ଖବର ପ୍ରସାରଣ ଅଭିଯୋଗରେ ଆଉ ତିନି ୟୁଟ୍ୟୁବ ଚ୍ୟାନେଲ୍ ଉପରେ କଟକଣା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଛ ଖବର ପ୍ରସାରଣ ଅଭିଯୋଗରେ ଆଉ ୩ଟି ୟୁଟ୍ୟୁବ ଚ୍ୟାନେଲ୍ ଉପରେ କଟକଣା ଲଗାଇଛି । ଏହି ତିନି ୟୁଟ୍ୟୁବ ଚ୍ୟାନେଲ ନକଲି ବୋଲି କହିଛନ୍ତି ସରକାର ।

ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ତିନୋଟି ୟୁଟ୍ୟୁବ୍ ଚ୍ୟାନେଲ ଦ୍ବାରା ହେଉଥିବା ମିଛ ଖବର ପ୍ରସାରଣର ପର୍ଦ୍ଦାଫାସ୍ କରିଥିଲା । ବ୍ୟାନ୍ ହୋଇଥିବା ଏହି ତିନି ୟୁଟ୍ୟୁବ ଚ୍ୟାନେଲ ହେଲେ ଆଜତକ୍ ଲାଇଭ୍, ସରକାରୀ ଅପଡେଟ୍, ନ୍ୟୁଜ୍ ଅପଡେଟ୍ | ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ କିଛି ଲୋକପ୍ରିୟ ଟିଭି ଚ୍ୟାନେଲର ଲୋଗୋ ବ୍ୟବହାର କରି ମିଛ ଖବର ପ୍ରସାରଣ କରୁଥିଲେ । ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ଭାରତର ସୁପ୍ରିମକୋର୍ଟ, ପ୍ରଧାନ ବିଚାରପତି ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ଫେକ୍ ଭିଡିଓ ପ୍ରସାରଣ କରୁଥିଲେ। ଏହି ଭିଡ଼ିଓ ଗୁଡ଼ିକୁ ୩୦ କୋଟିରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି । ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ନକଲି ଭିଡ଼ିଓ ଗୁଡ଼ିକର ପର୍ଦ୍ଦାଫାସ୍ କରିବା ପରେ ତିନି ୟୁଟ୍ୟୁବ୍ ଚ୍ୟାନେଲଗୁଡିକୁ ବ୍ୟାନ୍ କରାଯାଇଛି |

ଏହି ଚ୍ୟାନେଲଗୁଡିକ ଭାରତର ନିର୍ବାଚନ ଆୟୋଗ ଓ ଇଭିଏମ୍ ବିଷୟରେ ଭୁଲ ସୂଚନା ପ୍ରସାରଣ କରୁଥିଲେ, ଯାହା ପିଆଇବି ଦ୍ୱାରା ଯାଞ୍ଚ୍ କରାଯାଇ ଫେକ୍ ବୋଲି ସ୍ପଷ୍ଟ କରାଯାଇଥିଲା | ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ପ୍ରାୟ ୩୩ ଲକ୍ଷ ଗ୍ରାହକ ଥିଲେ | ଏହି ସମୟରେ ଏହି ଚ୍ୟାନେଲଗୁଡିକରେ ୩୦ କୋଟିରୁ ଅଧିକ ଥର ଭିଡିଓ ଦେଖାଯାଇଛି | ୟୁଟ୍ୟୁବ୍ ଚ୍ୟାନେଲ୍ ‘ନ୍ୟୁଜ୍ ହେଡଲାଇନ୍ସ’ର ପାଖାପାଖି ୧୦ ଲକ୍ଷ ଗ୍ରାହକ ଥିଲେ।

Exit mobile version