Site icon ଆଜିକାଲି

ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିପାତ, ଟ୍ରକରେ କାଶ୍ମୀର ଆସୁଥିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଉପକଣ୍ଠରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ । ବୁଧବାର ସକାଳେ ଜମ୍ମୁ ଉପକଣ୍ଠରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆତଙ୍କବାଦୀମାନେ ଏକ ଟ୍ରକରେ କାଶ୍ମୀର ଆସୁଥିଲେ । ସୁରକ୍ଷା ବାହିନୀ ଟ୍ରକକୁ ଅଟକାଇବା ପରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଅତି କମରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏନକାଉଣ୍ଟର ପରେ ଟ୍ରକରେ ନିଆଁ ଲାଗିଯାଇଥିଲା । ​

ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରି ଜାମ୍ମୁର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି ଯେ “ଏହି ଅଞ୍ଚଳରେ ଏକ ଟ୍ରକର ସନ୍ଦେହ ଜନକ ଗତିବିଧି ଲକ୍ଷ୍ୟ କରାଯାଇଥିଲା । ଚେକ୍ ପୋଷ୍ଟରେ ପୋଲିସ ଟ୍ରକକୁ ଅଟକାଇଥିଲା। ସୁରକ୍ଷା ବାହିନୀ ଟ୍ରକରେ ତଲାସି ଆରମ୍ଭ କରିବା ମାତ୍ର ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ପାଲଟା କାର୍ଯ୍ୟାନୁଷ୍ଠାନରେ ଟ୍ରକରେ ଥିବା ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ । ସେହିପରି ଟ୍ରକ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି ଏବଂ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଏନକାଉଣ୍ଟରର କିଛି ସମୟ ପରେ ସମଗ୍ର ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଏଥିସହ ରାଜପଥରେ ଯାତାୟାତ ମଧ୍ୟ ବନ୍ଦ କରାଯାଇଛି ।

ସୂଚନା ଯେ, ବୁଧବାର ସକାଳ ପ୍ରାୟ ୭ଟାରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିବା ପୋଲିସ କହିଛି। ଗତ ମଙ୍ଗଳବାର ଜାମ୍ମୁ ନିକଟ ଉଦ୍ଧମପୁରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରାଯାଇଥିଲା । ଯେତେବେଳେ ପୋଲିସ ୧୫ କିଲୋଗ୍ରାମ ଆଇଇଡି ନିଷ୍କ୍ରିୟ କରାଯାଇଥିଲା ।

Exit mobile version