Site icon ଆଜିକାଲି

ସର୍ଚ୍ଚ ଅପରେସନ ବେଳେ ମିଳିଲା ଟାଇଟନ ଧ୍ୱଂସାବେଶଷ, ସମସ୍ତ ୫ ଯାତ୍ରୀ ମୃତ

ନୂଆଦିଲ୍ଲୀ : ମିଳିଲା ଟାଇଟନ ଧ୍ୱଂସାବଶେଷ, ସମସ୍ତ ୫ ଯାତ୍ରୀ ମୃତ । ଆଟଲାଣ୍ଟିକ ମହାସାଗରରେ ନିଖୋଜ ବୁଡ଼ା ଜାହାଜ ଟାଇଟନର ସମସ୍ତ ୫ ଯାତ୍ରୀ ମୃତ । ଆମେରିକା କୋଷ୍ଟଗାର୍ଡ ଏହା ସ୍ପଷ୍ଟ କରିଛି । ରିଅର ଆଡମିରାଲ ଜନ ମଗେର କହିଛନ୍ତି ପ୍ରାୟ ୧୬ଶୁହ ଫୁଟ୍‌ ତଳୁ ଟାଇଟନର ଧ୍ୱଂସାବଶେଷ ମିଳିଛି । ଭୟଙ୍କର ବିପର୍ଯ୍ୟୟରେ ଜାହାଜର ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରିମୋର୍ଟ ଦ୍ୱାରା ପରିଚାଳିତ ଭେଇକିଲରେ ସମୁଦ୍ର ଶଯ୍ୟାରୁ ରେସ୍କ୍ୟୁ ଅପରେସନ ଚାଲିଥିଲା ।

ଏହି ସମୟରେ ROV ମାଧ୍ୟମରେ ଭଗ୍ନାବଶେଷର ଫଟୋ ଚିତ୍ର ଜାରି କରାଯାଇଥିଲା । ସମୁଦ୍ର ପତନରୁ ୧୨ ହଜାର ୫୦୦ ଫୁଟ ତଳେ ପଡ଼ିଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖାଇବାକୁ ଗତ ରବିବାର ଦିନ ଯାଇଥିଲା ଟାଇଟନ। ଯାତ୍ରା ଅବଧି ଥିଲା ୮ ଦିନ। କିନ୍ତୁ ଯାତ୍ରାର ମାତ୍ର କିଛି ଘଣ୍ଟା ପରେ ଟାଇଟନ ସହ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। ନିଖୋଜ ଟାଇଟନରେ ଥିଲେ ୫ ଜଣ। ଜଣେ ବ୍ରିଟିଶ ଆଡଭେଞ୍ଚରର, ଜଣେ ଫରାସୀ ଡାଇଭର, ପାକିସ୍ତାନର ବ୍ୟବସାୟୀ ଶେହଜାଦା ଦାଉଦ ଓ ତାଙ୍କ ପୁଅ। ଏମାନଙ୍କ ସାଙ୍ଗରେ ଥିଲେ ଓସେନ ଗେଟ୍‌ ପ୍ରତିଷ୍ଠାତା। ଜାହାଜ ରେସକ୍ୟୁ ଅଭିଯାନ ସମୟରେ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ନିଖୋଜ ଜାହାଜ ସହ ଏହାର କୌଣସି ସଂପର୍କ ନଥିବା ଜଣାପଡ଼ିଥିଲା ।

Exit mobile version