Site icon ଆଜିକାଲି

ଆଜି ୨୧ଟି ବୃହତ ଦ୍ୱୀପପୁଞ୍ଜର ହେବ ନାମକରଣ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜର ନାମକରଣ ହୋଇନଥିବା ୨୧ଟି ବୃହତ ଦ୍ଵୀପପୁଞ୍ଜର ହେବ ନାମକରଣ। ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ଵୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ।

ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜର ଐତିହାସିକ ମହତ୍ଵକୁ ମନେ ରଖି ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ ରସ୍‌ ଦ୍ଵୀପପୁଞ୍ଜକୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ଵୀପ ନାମରେ ନାମିତ କରାଯାଇଥିଲା। ନୀଲ୍‌ ଦ୍ଵୀପ ଏବଂ ହାଭଲକ୍‌ ଦ୍ଵୀପକୁ ମଧ୍ୟ ସହୀଦ ଦ୍ଵୀପ ଏବଂ ସ୍ଵରାଜ ଦ୍ଵୀପ ନାମରେ ନାମିତ କରାଯାଇଥିଲା । ଦେଶର ବାସ୍ତବ ଜୀବନର ହୀରୋମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ।

ଏହି ଆବେଗ ସହିତ ଆଗକୁ ବଢିବା ପରେ ବର୍ତ୍ତମାନ ଦ୍ଵୀପ ପୁଞ୍ଜର ନାମକରଣ ହୋଇନଥିବା ୨୧ ବୃହତ୍ତମ ଦ୍ଵୀପକୁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସର୍ବ ବୃହତ ନାମବିହୀନ ଦ୍ଵୀପ ପ୍ରଥମ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ, ଦ୍ଵିତୀୟ ବୃହତ୍ତମ ନାମବିହୀନ ଦ୍ଵୀପ ଦ୍ଵିତୀୟ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ। ଏହି ପଦକ୍ଷେପ ଆମ ବୀରମାନଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ, ସେମାନଙ୍କ ମଧ୍ୟରୁ ଅନେକ ଦେଶର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଚରମ ବଳିଦାନ ଦେଇଥିଲେ।

Exit mobile version