Site icon ଆଜିକାଲି

ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୪୬ ତମ ଏଜିଏମ୍ ବୈଠକ, ଏହି ସବୁ ହୋଇପାରେ ଲଞ୍ଚ

ମୁମ୍ଵାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ ତମ ଏଜିଏମ୍ ମିଟିଂ ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଇଭେଣ୍ଟ ହେବ । ନିବେଶକମାନେ ଏହି ଇଭେଣ୍ଟରେ https://jiomeet.jio.com/rilagm/ ମାଧ୍ୟମରେ ଯୋଗଦାନ କରିପାରିବେ। ଏହି ୪୬ତମ ଏଜିଏମ୍ ମିଟିଂରେ କମ୍ପାନୀ ଲୋକଙ୍କ ମଧ୍ୟରେ ଭବିଷ୍ୟତ ପାଇଁ ଏହାର ବ୍ୟବସାୟ ବ୍ଲୁ ପ୍ରିଣ୍ଟ ରଖିପାରିବ । ନିବେଶକମାନେ ଏହି ମିଟିଂରୁ ଜିଓର ଆଇପିଓ ଆଶା କରୁଛନ୍ତି। ହେଲେ ଅନେକ ଦଲାଲ୍ ସଂସ୍ଥା କହିଛନ୍ତି ଯେ ଚଳିତ ବର୍ଷ ଏହା ଘଟିବ ନାହିଁ। ଏହି ଇଭେଣ୍ଟରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଜିଓ ଫୋନ୍ ୫ଜି ଏବଂ ୫ଜି ପ୍ରିପେଡ୍ ଯୋଜନା ମଧ୍ୟ ଲଞ୍ଚ କରିପାରନ୍ତି।

ରିପୋର୍ଟ ଅନୁଯାୟୀ, ମାର୍କେଟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେବେଠାରୁ ଆରଆଇଏଲ ଏବଂ ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ଅଲଗା ହେବା ପରଠାରୁ, ମାର୍କେଟ୍ ଭବିଷ୍ୟତର ରିଟେଲ୍ ଆଇପିଓ ଏବଂ ରିଲାଏନ୍ସ ଜିଓ ଆଇପିଓ ସମ୍ବନ୍ଧରେ କିଛି ଠୋସ୍ ଘୋଷଣା ଆଶା ରହିଛି। ଏବେ ଦେଖିବାକୁ ପଡିବ ମୁକେଶ ଅମ୍ବାନୀ ଏହି ବୈଠକରେ କଣ ଘୋଷଣା କରୁଛନ୍ତି।

FacebookTwitterLinkedinWhatsapp
Exit mobile version