Site icon ଆଜିକାଲି

ଆଜି ପ୍ରଥମ ଥର ପାଇଁ ସମୁଦ୍ର ମଧ୍ୟରେ ହେବ ନୌସେନା କମାଣ୍ଡର ସମ୍ମିଳନୀ

ନୂଆଦିଲ୍ଲୀ : ଆଜି ପ୍ରଥମ ଥର ପାଇଁ ସମୁଦ୍ର ମଧ୍ୟରେ ଆଇଏନଏସ ବିକ୍ରାନ୍ତରେ ହେବ ନୌସେନା କମାଣ୍ଡର ସମ୍ମିଳନୀ । ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ସମ୍ମିଳନୀ ୫ ଦିନ ଧରି ଚାଲିବ। କମାଣ୍ଡରମାନଙ୍କ ଏହି ବୈଠକକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବୈଠକରେ ସୁରକ୍ଷା ସହ ଜଡ଼ିତ ସୈନ୍ୟ ଏବଂ ରଣନୀତି ସ୍ତର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

ଏହା ବ୍ୟତୀତ ଗତ ୬ ମାସ ମଧ୍ୟରେ କରାଯାଇଥିବା ନୌସେନାର ଅପରେସନ୍, ଲଜିଷ୍ଟିକ୍ସ, ଟ୍ରେନିଂ, ମାନବ ସମ୍ବଳ ଏବଂ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ । ଭାରତ ମହାସାଗରରେ ଚୀନ ପକ୍ଷରୁ ବୃଦ୍ଧି ପାଉଥିବା ଗତିବିଧି ଉପରେ ମଧ୍ୟ କମାଣ୍ଡରମାନେ ଆଲୋଚନା କରିବେ । ଆଇଏନଏସ ବିକ୍ରାନ୍ତରେ ଏହି ସମ୍ମିଳନୀ ହେଉଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ ମଧ୍ୟ ରହିଛି । ସୂଚନା ଯେ, ଗତ ୬ ମାସ ହେବ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଭାରତର ଏହି ଯୁଦ୍ଧପୋତ । ବର୍ତ୍ତମାନ ଏହା ଉପରେ ମୁତୟନ ହେବାକୁ ଥିବା ଯୁଦ୍ଧ ବିମାନର ପରୀକ୍ଷା ଚାଲିଛି ।

Exit mobile version