Site icon ଆଜିକାଲି

ଆଜି ୨ୟ ଟି-୨୦, ବାଂଲାଦେଶକୁ କ୍ଲିନ୍ ସ୍ୱିପ୍ କରିବା ଲକ୍ଷରେ ଭାରତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ- ବାଂଲାଦେଶ ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ କମାଲ ପ୍ରଦର୍ଶନ କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଅକ୍ଟୋବର ୬ରେ ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଭାରତ ୧୧.୫ ଓଭରରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଥିଲା । ଭାରତୀୟ ଟିମ୍ ୭୧ ବଲରେ ମ୍ୟାଚ୍ ଜିତି ସିରିଜରେ ଲିଡ୍ କରୁଛି ।

ଭାରତ- ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜର ୨ୟ ମ୍ୟାଚ୍ ଆଜି ସନ୍ଧ୍ୟା ୭ରୁ ଆରମ୍ଭ ହେବ । କହିରଖୁଛୁ ୧୫ ବର୍ଷ ମଧ୍ୟରେ ୨ ଦେଶ ମଧ୍ୟରେ ୧୫ ଟି-୨୦ ମ୍ୟାଚ୍ ଖେଳାଯାଇଛି । ବୁଧବାର ଭାରତ ଦୁଇଟି ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଶିବମ୍‌ ଦୁବେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ତିଳକ ବର୍ମାଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଇବା ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ମୟଙ୍କ ୟାଦବଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିପାରେ। ଭାରତରେ ଭାଷ୍ୟକାର ଭାବେ ଧାରାବିବରଣୀ ପ୍ରଦାନ କରୁଥିବା ବାଂଲାଦେଶର ପୂର୍ବତନ ଅଧିନାୟକ ତମିମ୍‌ ଇକବାଲ୍‌, ମ୍ୟାଚ୍ ଶେଷ ପରେ ଅଧିନାୟକ ଶାନ୍ତୋଙ୍କୁ ଦ୍ଵିତୀୟ ମ୍ୟାଚ୍‌ରେ ମେହଦି ହାସନ ମିରାଜଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମସନ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ୍‌ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ବାଂଲାଦେଶ ଦଳ: ପରଭେଜ୍‌ ହୋସେନ୍‌ ଇ ମୋନ/ତାଞ୍ଜିଦ୍‌ ହାସନ୍‌, ଲିଟନ୍‌ ଦାସ, ନଜମୁଲ ହୋସେନ୍‌ ଶାନ୍ତୋ (ଅଧିନାୟକ), ତୋହିଦ ହୃଦୟ, ମହମ୍ମଦୁଲ୍ଲା, ଜାକିର ଅଲୀ, ମେହଦି ହାସନ ମିରାଜ, ରିସଦ ହୋସେନ୍‌, ତସ୍କିନ୍‌ ଅହମଦ, ଶରିଫୁଲ ଇସ୍‌ଲାମ୍‌, ମୁସ୍ତାଫିଜୁର୍‌ ‌ରହମାନ୍‌।

Exit mobile version