Site icon ଆଜିକାଲି

ଆଜି ଡବ୍ଲ୍ୟୁପିଏଲ ମେଗା ଫାଇନାଲ, ଦିଲ୍ଲୀ କ୍ୟାପିଟାଲ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା

ମୁମ୍ବାଇ : ଆଜି ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ପ୍ରଥମ ସଂସ୍କରଣର ମେଗା ଫାଇନାଲ ମ୍ୟାଚ । ରବିବାର ସନ୍ଧ୍ୟା ସାଢେ ୭ଟାରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ଏହି ମୁକାବିଲା ଅନୁଷ୍ଠିତ ହେବେ।

ଲିଗ୍ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୬ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହିତ ସିଧାସଳଖ ଫାଇନାଲରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମ୍ୟାଚରେ ୟୁପି ଓ୍ୱାରିୟର୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ମୁମ୍ବାଇ ।

ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ଅପେକ୍ଷାକୃତ ଭଲ ରହିଛି । ଏଠାରେ ମୁମ୍ବାଇ ୩ଟି ମ୍ୟାଚ୍ ଖେଳି ୩ଟି ମ୍ୟାଚରେ ବିଜୟ ଲାଭ କରିଛି । ଯଦି ଦିଲ୍ଲୀ କଥା କହିବା ତାହାଲେ ଏହି ଷ୍ଟାଡିୟମରେ ଦିଲ୍ଲୀ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ଏହି ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ଟାଇଟଲ ବିଜୟ ପାଇଁ ସମାନ ଭାବେ ଦାବିଦାର ଅଛନ୍ତି ।

Exit mobile version