Site icon ଆଜିକାଲି

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦, ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ : ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ । ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌ । ଆଗୁଆ ସିରିଜ୍‌ କବ୍ଜା ଲକ୍ଷ୍ୟ ଭାରତୀୟ ଦଳ । ବିଶ୍ବକପ୍‌ ଫାଇନାଲ୍ ପରାଜୟ ପରେ ସପ୍ତାହକ ପାଇଁ ବିଶ୍ରାମ ନେଇଥିବା ଶ୍ରେୟସ ଆୟର ଦଳକୁ ଫେରୁଛନ୍ତି। ସେ ଋତୁରାଜ ଗାଏକ୍ବାଡଙ୍କଠାରୁ ଉପ ଅଧିନାୟକ ଦାୟିତ୍ବ ମଧ୍ୟ ସମ୍ଭାଳିବେ।

ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ‌‌ସେଭଳି ଚିନ୍ତା ନାହିଁ। ସେପଟେ ଭାରତୀୟ ବୋଲିଂ ବାହିନୀ ପ୍ରଥମ ମ୍ୟାଚ୍ ତୁଳନାରେ ଦ୍ବିତୀୟରେ ଉନ୍ନତି କରିଥିଲେ। ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ୍‌ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଅନୁମାନ କରାଯାଉଛି ।

ଭାରତ ସମ୍ଭାବ୍ୟ ଦଳ : ଯଶସ୍ୱୀ ଜୈସ୍ୱାଲ୍‌, ଋତୁରାଜ ଗାଏକୱାଡ୍‌, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା,ରିଙ୍କୁ ସିଂହ, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ : ଷ୍ଟିଭେନ ସ୍ମିଥ୍‌,ମାଥ୍ୟୁ ସର୍ଟ,ଜୋସ ଇଂଲିଶ,ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌, ଟିମ ଡେଭିଡ୍‌, ମାଥ୍ୟୁ ୱେଡ୍‌(ଅଧିନାୟକ), ଆଡାମ ଜାମ୍ପା, ନାଥାନ ଏଲିସ, ସିନ ଆବୋଟ/ ଜାସନ ବେହରନଡର୍ଫ, ତନବୀର ସାଙ୍ଘା ।

FacebookTwitterLinkedinWhatsapp
Exit mobile version