Site icon ଆଜିକାଲି

ଆଜି ଭାରତ-ବାଙ୍ଗଲାଦେଶ ସାଫ୍‍ ୧୭ ବର୍ଷରୁ କମ ଫୁଟ୍‍ବଲ ଚାମ୍ପିଅନସିପ ସେମିଫାଇନାଲ୍‍

ନୂଆଦିଲ୍ଲୀ : ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ସାଫ୍‍ ୧୭ ବର୍ଷରୁ କମ ଫୁଟ୍‍ବଲ ଚାମ୍ପିଅନସିପର ସେମିଫାଇନାଲ୍‍ ମୁକାବିଲା ଅନୁଷ୍ଠିତ ହେବ। କଲମ୍ବୋର ରେସକୋର୍ସ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ୍‍ ଆରମ୍ଭ ହେବ।

ଗତ ଶୁକ୍ରବାର ନେପାଳଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୫ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଭୂଟାନକୁ ୩-୦ରେ ପରାସ୍ତ କରି ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ସେମିଫାଇନାଲ୍‍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ବାଙ୍ଗଲାଦେଶ ଗ୍ରୁପ୍‍-ଏ ରେ ଶ୍ରୀଲଙ୍କା ଓ ମାଲଦ୍ୱୀପକୁ ହରାଇ ସେମିଫାଇନାଲରେ ପହଞ୍ଚିଛି।

Exit mobile version