Site icon ଆଜିକାଲି

ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦

ନୂଆଦିଲ୍ଲୀ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦ । ଆମେରିକାର ଫ୍ଲୋରିଡାରେ ଖେଳାଯିବ ଏହି ମ୍ୟାଚ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତୃତୀୟ ଟି-୨୦ରେ ଉଭୟ ବୋଲିଂ ଓ ବ୍ୟାଟିଙ୍ଗରେ ଦମଦାର ପ୍ରଦର୍ଶନ କରିଥିବା ରୋହିତ ବାହିନୀ ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟ ରଖିଛି । ସେହିପରି ୱେଷ୍ଟଇଣ୍ଡିଜ ମଧ୍ୟ ନିଜର ବିଜୟ ପାଇଁ ସବୁ ଶକ୍ତି ଲଗାଇବ ବୋଲି ଜଣାପଡିଛି ।

ଭାରତ-ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ୨ଟି ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଉଭୟ ମ୍ୟାଚ ଆମେରିକାରେ ଖେଳାଯିବାକୁ ଥିବା ବେଳେ କୌଣସି ଖେଳାଳିଙ୍କୁ ଏଥିପାଇଁ ଭିସା ମିଳି ପାରି ନଥିଲା । ତେଣୁ ଏହି ମ୍ୟାଚ ଖେଳାଯିବ କି ନାହିଁ ସେ ନେଇ ମଧ୍ୟ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ । କିନ୍ତୁ ଶେଷ ମୁହୂର୍ତ୍ତରତରେ ସମସ୍ତ ଖେଳାଳିମାନଙ୍କୁ ଆମେରିକା ପାଇଁ ଭିସା ମିଳିଥିଲା। ଗୁୟାନା ସରକାରଙ୍କ ହସ୍ତକ୍ଷେପ ପରେ ଉଭୟ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମାନଙ୍କୁ ଭିସା ସମସ୍ୟା ଦୂର ହୋଇସାରିଛି । ଏହି ପଦକ୍ଷେପ ପରେ ଗୁୟାନା ସରକାରଙ୍କ ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଯେ, ଭାରତୀୟ ଦଳର ୧୪ ଜଣ ସଦସ୍ୟଙ୍କ ନିକଟରେ ସଂଯୁକ୍ତ ରାଜ୍ୟ ଯାତ୍ରା ପାଇଁ ଭିସା ଉପଲବ୍ଧ ନଥିଲା । ତୃତୀୟ ଟି-୨୦ ପରେ ଗୁୟାନାର ଜର୍ଜ ଟାଉନରେ ସେମାନଙ୍କର ଆମେରିକାର ଦୂତାବାସରେ ଇଣ୍ଟରଭ୍ୟୁ କରାଯାଇଥିଲା । ଏହି ଇଣ୍ଟରଭ୍ୟୁରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ସାମିଲ ଅଛନ୍ତି ।

Exit mobile version