Site icon ଆଜିକାଲି

ଆଜି ନୌସେନାରେ ସାମିଲ ହେବ ‘ଆଇଏନଏସ ବାଗିର’

ମୁମ୍ଵାଇ : ଆଜି ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ ‘ଆଇଏନଏସ ବାଗିର’ । ଏହା ହେଉଛି ପଞ୍ଚମ ଇଲେକ୍ଟ୍ରିକ୍ ସ୍କର୍ପିନ୍ ବୁଡାଜାହାଜ। ପ୍ରୋଜେକ୍ଟ-୭୫ ପ୍ରକଳ୍ପ ପାଇଁ ଭାରତ ୨୦୦୫ରେ ଫ୍ରାନ୍ସ କମ୍ପାନୀ ଗୁଡିକ ସହିତ ଚୁକ୍ତି କରିଥିଲା।

ଆଜି ଭାରତୀୟ ନୌସେନା ପଂଚମ କଳାବରୀ ଶ୍ରେଣୀର ବୁଡ଼ାଜାହାଜ ବାଗିରକୁ ସାମିଲ କରିବାକୁ ଯାଉଛି । ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ଏହି ବୁଡ଼ାଜାହାଜକୁ ନୌସେନା ଷ୍ଟାଫ୍ ଆଡମିରାଲ୍ ଆର ହରି କୁମାର ନୌସେନାରେ ସାମିଲ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିବେ । ସୂଚନା ଯେ, ଆଜି ପର୍ଯ୍ୟନ୍ତ ସମସ୍ତ ସ୍ୱଦେଶୀ ନିର୍ମିତ ବୁଡ଼ାଜାହାଜ ମଧ୍ୟରେ ବାଗିର ସବୁଠାରୁ କମ ସମୟ ମଧ୍ୟରେ ନିର୍ମାଣ କରାଯାଇଛି । ବାଗିର ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି କରିବ କାରଣ ଏହା ଉଭୟ ଜଳରାଶି ଭିତରୁ ଓ ବାହାରୁ ଯୁଦ୍ଧ କରିବା ସହ ଗୁପ୍ତଚର ସୂଚନା ସଂଗ୍ରହ ଏବଂ ନୀରିକ୍ଷଣ କାର୍ଯ୍ୟ କରିପାରିବ ।

Exit mobile version