Site icon ଆଜିକାଲି

ଆଜି ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫୫ ତମ ଜନ୍ମଦିନ

ମୁମ୍ବାଇ : ଆଜି ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫୫ ତମ ଜନ୍ମଦିନ। ‘କୟାମତ ସେ କୟାମତ ତକ’, ଇସ୍କ, ଓ ୟେସ ବସ୍ ଭଳି ସିନେମାରେ ଅଭିନୟ କରି ନିଜ ଟ୍ୟାଲେଣ୍ଟର ଛାପ ଛାଡିଯାଇଛନ୍ତି ଅଭିନେତ୍ରୀ ଜୁହି ଚାୱାଲା । ସେ ତାଙ୍କ ଅଭିନୟ କ୍ୟାରିଅର ମଧ୍ୟରେ ବଲିଉଡର ପ୍ରାୟ ବଡ ବଡ କଳାକାରଙ୍କ ସହ କାମ କରିଛନ୍ତି । ଏହାସହ ବିଲିଉଡର ଜଣେ ଧନୀ ଅଭିନେତ୍ରୀ ଭାବେ ତାଙ୍କର ମଧ୍ୟ ପରିଚୟ ରହିଛି ।

ସେ ତାଙ୍କର ଅଭିନୟ କ୍ୟାରିଅର ମଧ୍ୟରେ ଡର, ହମ୍ ହେ ରାହି ପ୍ୟାର କେ, ଦିୱାନା ମସ୍ତାନା, ଗୁଲାବ ଗ୍ୟାଙ୍ଗ, ଭୁତନାଥ, ଭଳି ସିନେମାରେ ଚମକ୍ରାର ଅଭିନୟ କରିଥିଲେ । କେବଳ ଅଭିନୟ ନୁହେଁ ଜୁହି ମଧ୍ୟ ଦୁଇଟି ସିନେମା ପ୍ରଯୋଜନା କରିଛନ୍ତି । ଜୁହିଙ୍କ ପ୍ରଯୋଜନାରେ ଅଶୋକା, ଓ ଚଲତେ ଚଲତେ ସିନେମା ପ୍ରସ୍ତୁତ ହୋଇଥିଲା ।

Exit mobile version