Site icon ଆଜିକାଲି

ଆଜି ବାରାଣାସୀରେ ଦେବ ଦୀପାବଳି ଉତ୍ସବ

ଲକ୍ଷ୍ନୌ : ଆଜି ବାରାଣାସୀରେ ପାଳିତ ହେବ ଦେବ ଦୀପାବଳି ଉତ୍ସବ । ଏହି ଅବସରରେ ସଜେଇ ହୋଇଛି କାଶୀ ଘାଟ । ସମସ୍ତ ଘାଟ ଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି । ବାରାଣାସୀର ସମସ୍ତ ୮୪ ଘାଟରେ ଅସଂଖ୍ୟ ଦୀପ ଜଳିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୀପାବଳିର ୧୫ ଦିନ ପରେ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ବାରାଣାସୀରେ ଦେବ ଦୀପାବଳି ଉତ୍ସବ ପାଳନ କରାଯାଏ ।

ଦେବତାଙ୍କ ଦୀପାବଳିକୁ ଦେବ ଦୀପାବଳି କୁହାଯାଏ । କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ବାରାଣାସୀରେ ଦୀପ ଦାନ କରିବାର ପରମ୍ପରା ରହିଛି । ବିଶ୍ବାସ ରହିଛି ଯେ, ଭଗବାନ ଶିବ ଏହି ଦିନ ତ୍ରିପୁରାସୁର ରାକ୍ଷାସକୁ ବଦ୍ଧ କରିଥିଲେ । ଯେଉଁଥି ପାଇଁ ସମସ୍ତ ଦେବତା ଶିବଙ୍କ ନଗରୀ କାଶୀରେ ଦେବ ଦୀପାବଳି ପାଳନ କରିଥିଲେ । କାର୍ତ୍ତିକ ମାସ ସାରା ଏଠାରେ ଦୀପ ଜାଳିବାର ପରମ୍ପରା ମଧ୍ୟ ରହିଛି । ଦେବୋତ୍ଥନ ଏକାଦଶୀ ଦିନ ତୁଳସୀ ଏବଂ ଶାଳଗ୍ରାମଙ୍କ ବିବାହ ଅବସରରେ ଦୀପ ପ୍ରଜ୍ଜଳନ କରାଯାଏ ।

Exit mobile version