Site icon ଆଜିକାଲି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ର ୯୯ତମ ଏପିସୋଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷ ପାଇଁ ତୃତୀୟ ‘ମନ୍ କି ବାତ୍’ ପୋଗ୍ରାମ ଜରିଆରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ୯୯ ତମ ଏପିସୋଡ ଆଜି ସକାଳ ୧୧ ଟାରେ ପ୍ରସାରିତ ହେବ । ୩ ଅକ୍ଟୋବର ୨୦୧୪ର ବିଜୟାଦଶମୀରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୯୮ଟି ଏପିସୋଡ ସରିଯାଇଛି ।

ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ୯୯ତମ ପର୍ଯ୍ୟାୟ ହେବ । ଦେଶ ତଥା ବିଦେଶରେ ଥିବା ଲୋକଙ୍କ ସହ ଭାବ ବିନିମୟ କରିବେ ମୋଦି । ପ୍ରତି ମାସ ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଐତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଥର ପ୍ରଧାନମନ୍ତ୍ରୀ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି ।

Exit mobile version