Site icon ଆଜିକାଲି

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ : ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ଏହି ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁଛି ଦେଶ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସହ ରନ୍ ଫର ୟୁନିଟି ବା ଏକତା ଦୌଡ଼ର ଆୟୋଜନ ହୋଇଛି । କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ସହିଦ ସ୍ମୃତି ପାର୍କ ଯାଏଁ ହେବ ଗଣଦୌଡ଼ । ଏଥିରେ ବହୁ ସଂଖ୍ୟାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ।

ଏଥିସହ କଟକ ବିଜେପି ନେତୃବୃନ୍ଦ, ରାଜ୍ୟ ବିଜେପି ନେତୃବୃନ୍ଦ, ଦକ୍ଷତା ବିକାଶ ଓ ରେଳ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି ଗଣଦୌଡ଼ରେ ସାମିଲ ହେବେ । ସେପଟେ ଗୁଜୁରାଟର କେଭଡିଆଠାରେ ଥିବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଅଭିଭାଦନ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ୨୦୧୪ରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଟେଲଙ୍କ ଜନ୍ମ ବାର୍ଷିକୀକୁ ରାଷ୍ଟ୍ରୀୟ ଏକତା ଦିବସ ବା ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ।

Exit mobile version