Site icon ଆଜିକାଲି

ଆଜି ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ

ନୂଆଦିଲ୍ଲୀ : ଆଜି ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ । ଆଜି ସେ ତାଙ୍କ ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଅନେକ୍ ଫିଲ୍ମରେ ବେଷ୍ଟ ଆକ୍ଟିଙ୍ଗ୍ ପାଇଁ ଫିଲ୍ମଫେୟାର ଏବଂ ନନ୍ଦୀ ଆୱାର୍ଡ ହାସଲ କରିଛନ୍ତି । ଜନ୍ମଦିନରେ ଷ୍ଟାଇଲିସ୍ ଷ୍ଟାରଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛା।

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ସାରା ବିଶ୍ବରେ ପ୍ରସିଦ୍ଧ । “ପୁଷ୍ପା” ଫିଲ୍ମରେ କାମ କରିବା ପରେ ତାଙ୍କ ଷ୍ଟାରଡମ୍ ଆହୁରୀ ଅଧିକ ବଢିବାରେ ଲାଗିଛି । ପାନ ଇଣ୍ତିଆ ସ୍ତରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା । ଫିଲ୍ମର ଗୀତ ଓ ଡ଼ାଏଲଗ ଦର୍ଶକଙ୍କୁ ପାଗଳ କରିଥିଲା । ଅଭିନୟ ଠାରୁ ଆରମ୍ଭ କରି ଲୁକ୍ ରେ ମଧ୍ୟ ସେ ସବୁ ଷ୍ଟାରଙ୍କୁ ପଛରେ ପକାଇଛନ୍ତି । କେବଳ ଦକ୍ଷିଣ ଭାରତ କାହିଁକି ସାରା ଦେଶରେ ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଫ୍ୟାନ୍ସ ଫଲୋୟର୍ସ ରହିଛି ।

Exit mobile version