Site icon ଆଜିକାଲି

ଆଜି ସରୁଛି ୨ ହଜାର ଟଙ୍କିଆ ନୋଟ ବଦଳିବାର ଡେଡଲାଇନ

ନୂଆଦିଲ୍ଲୀ : ଆଜି ସରୁଛି ଡେଡଲାଇନ । ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛିକି ? ତେବେ ତୁରନ୍ତ ବ୍ୟାଙ୍କ ଯାଇ ବଦଳାନ୍ତୁ । ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳାଇବା ପାଇଁ ଆଜି ଶେଷ ଦିନ । ଏହା ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବେ ନାହିଁ । ଗୋଲାପି ନୋଟର ଭାଗ୍ୟ କଣ ହେବ ସେ ନେଇ ଆଇବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏ ପର୍ଯ୍ୟନ୍ତ ମାର୍କେଟରୁ ବ୍ୟାଙ୍କକୁ ୯୩ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରିଆସିଲାଣି ।

ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୩ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଛି । ଯାହା ମୋଟ ୨ ହଜାର ଟଙ୍କାର ୯୩ ପ୍ରତିଶତ । ସେହିପରି ଅଗଷ୍ଟ ୧ ତାରିଖ ସୁଦ୍ଧା ୮୮ ପ୍ରତିଶତ ଅର୍ଥାତ ୩ ଲକ୍ଷ ୧୮ ହଜାର ଟଙ୍କା ୨ ହଜାର ଟଙ୍କିଆ ମୂଲ୍ୟର ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version