Site icon ଆଜିକାଲି

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

ଇନ୍ଦୋର : ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ। ସିରିଜ୍‌ ଶେଷ ଦିନିକିଆ ମ୍ୟାଚ୍‌ ଜିତି କ୍ଲିନ୍‌ ସ୍ୱିପ୍‌ ଲକ୍ଷ୍ୟରେ ରୋହିତ ବାହିନୀ । ପୂର୍ବରୁ ଭାରତ ୨ଟି ମ୍ୟାଚ୍‌ ଜିତି ୨-୦ରେ ସିରିଜ୍‌ ଜିତିସାରିଛି । ମଙ୍ଗଳବାର ବିଜୟ ହାସଲ କଲେ ଭାରତ ଦିନିକିଆ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଫେରିପାଇବ । ନ୍ୟୁଜିଲାଣ୍ଡ କେବଳ ସମ୍ମାନ ଫେରିପାଇବାକୁ ପ୍ରୟାସ କରିବ । ପରାଜିତ ହେଲେ ଶୀର୍ଷ ମାନ୍ୟତା ମଧ୍ୟ ହରାଇ ବସିବ ।

ଜାନୁଆରୀ ୧୮ରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୨ ରନ୍‌ରେ ଜିତିଥିଲା ଟିମ୍‌ ଇଣ୍ଡିଆ । ଏହାପରେ ୨ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭାରତ ୮ ଓ୍ୱିକେଟ୍‌ରେ ପରାସ୍ତ କରିଛି । ମଙ୍ଗଳବାର ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ମଧ୍ୟପ୍ରଦେଶର ଇନ୍ଦୋର ହୋଲ୍‌କୋର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌ । ତେବେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ବ୍ୟାଟିଂ ବିଭାଗରେ ଅପରିବର୍ତ୍ତିତ ରହିପାରେ । ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ଉମ୍ରାନ ମଲିକ ଓ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ । ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ରହିଛି । ତେଣୁ ଉଭୟ ପେସ୍‌ ବୋଲରଙ୍କୁ ଉପଯୁକ୍ତ ବିଶ୍ରାମ ମିଳିପାରିବ । ସେହିପରି କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇ ୟୁଝବେନ୍ଦ୍ର ଚହଲଙ୍କୁ ଖେଳାଯାଇପାରେ ।

ସମ୍ଭାବ୍ୟ ଦଳ :-

ଭାରତ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, କୁଲଦୀପ ଯାଦବ/ୟୁଝବେନ୍ଦ୍ର ଚହଲ, ସାହବାଜ ଅହମ୍ମଦ, ଉମ୍ରାନ ମଲିକ ।

ନ୍ୟୁଜିଲାଣ୍ଡ : ଫିନ ଆଲେନ, ଡେଭନ କନୱେ, ହେନରୀ ନିକୋଲ୍ସ/ମାର୍କ ଚାପମାନ, ଡାରିଲ ମିଚେଲ, ଟମ ଲାଥମ(ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର, ଡଗ ବ୍ରେସୱେଲ/ହେନରୀ ସିପଲି/ଜାକବ ଡଫି, ଲୋକି ଫର୍ଗୁସନ, ବ୍ଲେୟାର ଟିକ୍‌ନର ।

Exit mobile version