Site icon ଆଜିକାଲି

ଆଜି ତୃତୀୟ ଦିନିକିଆ, ଭାରତ ପାଇଁ କର ବା ମର ସ୍ଥିତି

ଚେନ୍ନାଇ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଖେଳାଯିବ ତୃତୀୟ ଦିନିକିଆ । ସିରିଜ୍ କବଜା ପାଇଁ ଉଭୟ ଦଳରେ ମଧ୍ୟରେ ଚିତ୍ତାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ହେବ ଟକ୍କର । ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ରୋହିତ୍‌-ଆଣ୍ଡ-କୋ ଦିନିକିଆ ଶୃଙ୍ଖଳା ସିଲ୍ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଖିଛି । ଆଜି ମ୍ୟାଚରେ ଟିମ୍ ଇଣ୍ଡିଆ ବଡ଼ ପରିବର୍ତ୍ତନ କରିପାରେ । ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି ।

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ହୋଇଛି । ପ୍ରଥମ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ତେବେ ବୁଧବାର ଅନ୍ତିମ ଦିନିକିଆ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଦଳକୁ ମଜବୁତ କରିବା ପାଇଁ ହିଟ୍ ମ୍ୟାନ୍ ୩ଟି ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୱାନଡେ’ରେ ବାରମ୍ବାର ଫ୍ଲପ୍ ହେଉଥିବା ସୂର୍ଯ୍ୟକୁମାର ଯାବଦଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାହାର କରିପାରନ୍ତି ରୋହିତ୍ । ତାଙ୍କ ସ୍ଥାନରେ ୪ନମ୍ବରରେ ଈଷନ କିଶାନଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିପାରେ । ସେହିପରି ଦ୍ୱିତୀୟ ମ୍ୟାଚରେ ବୋଲିଂରେ ଖରାପ ପ୍ରଦର୍ଶନ କରିଥିବା ଚାଇନା ମ୍ୟାନ୍ ବା କୁଲଦୀପ ଯାଦବ ମଧ୍ୟ ବାଦ୍ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲିର ଉମ୍ରାନ ମଲ୍ଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରନ୍ତି । ସେହିଭଳି ବାମହାତି ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଲୋକାଲ ବଏ ୱାଂଶିଟନ ସୁନ୍ଦରଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି । ଘରୋଇ ମାଟିରେ ଆସନ୍ତା କାଲି ମ୍ୟାଚ୍ ଜିତି ସିରିଜ୍ କବଜା ପାଇଁ ଜୋରଦାର ଉଦ୍ୟମ ଚଳାଇନ୍ତି ହିଟ୍ ମ୍ୟାନ୍ ।

Exit mobile version