Site icon ଆଜିକାଲି

ଆଜି ସାଫ୍ ଅଣ୍ଡର-୨୦ ଫାଇନାଲ୍‌, ଭାରତ ଓ ବାଂଲାଦେଶ ମୁକାବିଲା

ଭୁବନେଶ୍ୱର : ଆଜି ସାଫ୍-୨୦ ବର୍ଷରୁ କମ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ । ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ପଡ଼ୋଶୀ ବାଂଲାଦେଶ। ଉଭୟ ଟିମ୍ ବିଜୟ ହାସଲ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲିଗ୍ ପର୍ଯ୍ୟାୟରେ ଭାରତକୁ ବାଂଲାଦେଶ ହରାଇ ଥିଲା ତେବେ ପରାଜୟରେ ପ୍ରତିଶୋଧ ନେବାକୁ ଫାଇନାଲରେ ଚେଷ୍ଟା କରିବ ଭାରତ । ଦର୍ଶକଙ୍କ ଗହଣରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଛି ।

ସୂଚନା ଯେ, ଗତ ମଙ୍ଗଳବାର ଖେଳାଯାଇ ଥିବା ଶେଷ ଦୁଇ ଲିଗ୍ ମ୍ୟାଚ୍‌ରୁ ବାଂଲାଦେଶ-ନେପାଳ ମୁକାବିଲା ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା । ଅନ୍ୟପକ୍ଷରେ ଭାରତ ଓ ମାଳଦୀପ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଭାରତ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା । ଏହି ଗୋଲ୍‌ଟିକୁ ଗୁରକିରଟ ସିଂହ ୮୯ ମିନିଟ୍‌ରେ ଦେଇଥିଲେ ।

Exit mobile version