Site icon ଆଜିକାଲି

ଆଜି ହାଇଭୋଲ୍‌ଟେଜ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

ପୁଣେ : ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ବୁଧବାର ପୁଣେ ଷ୍ଟାଡିୟମ୍‌ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୨ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍‌ । ଅପରାହ୍ନ ୨ଟାରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟିମ୍‌।

ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ଟିମ୍‌ ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୦ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ସେମି ରାସ୍ତାରେ ଅଗ୍ରସର ହେବାକୁ ଟିମ୍‌ ଉଦ୍ୟମ କରିବ ।

ସେପଟେ ନ୍ୟୁଜିଲାଣ୍ଡ ଟିମ୍‌ ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ନ୍ୟୁଜିଲାଣ୍ଡ ଟିମ୍‌ ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି ।

ତେବେ ଉଭୟ ଟିମ୍‌ ଦମ୍‌ଦାର ଫର୍ମରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ ବେଶେ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୁଳ । କଠିନ୍‌ ପିଚ୍‌ ଏବଂ ଛୋଟ ବାଉଣ୍ଡାରୀ ହୋଇଥିବାରୁ ବିଶାଳ ସ୍କୋର ଏକ ପ୍ରକାର ନିଶ୍ଚିତ ।

Exit mobile version