Site icon ଆଜିକାଲି

ଆଜି ଟି-୨୦ ବିଶ୍ୱକପ ଫାଇନାଲ : ପାକିସ୍ତାନକୁ ଭେଟିବ ଇଂଲଣ୍ଡ

ନୂଆଦିଲ୍ଲୀ : ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ । ମଧ୍ୟାହ୍ନ ସାଢେ ୧ଟାରେ ଆରମ୍ଭ ହେବ ମ୍ୟାଚ୍ । ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ ଯାଇଛି ପାକିସ୍ତାନ । ଏପଟେ ଭାରତକୁ ସେମି ଫାଇନାଲରେ ୧୦ ୱିକେଟରେ ହରାଇ ଇଂଲଣ୍ଡ ଯାଇଛି ଫାଇନାଲ । ଇଂଲଣ୍ଡ ଫେଭରାଇଟ ଦଳ ଭାବେ ଫାଇନାଲକୁ ଓହ୍ଲାଇଛି । କିନୁ ପାକିସ୍ତାନ ପାଖରେ ମଧ୍ୟ ଭଲ ବୋଲର ଅଛନ୍ତି । ଉଭୟ ଦଳ ଆଜି ମ୍ୟାଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ଅଛନ୍ତି । ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି ।

ଟାଇଟଲ ମୁକାବିଲାରେ ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି । ଏପରିକି, ରିଜର୍ଭ ଡେ’ରେ ମଧ୍ୟ ବର୍ଷା ହେବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଓ ସୋମବାର ଦିନ ୯୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ୧୫ରୁ ୨୫ ମିଲିମିଟର ଓ ସୋମବାର ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ରବିବାର ମ୍ୟାଚ୍‌ ସମ୍ଭବ ନହେଲେ ସୋମବାର ଖେଳାଯିବ ବୋଲି ପୂର୍ବରୁ ଆଇସିସି କ୍ରୀଡ଼ାସୂଚୀରେ ଦର୍ଶାଇଥିଲା । ସ୍ଥାନୀୟ ପାଣିପାଗକୁ ଦେଖି କିଛି ନିୟମାବଳୀ ଲାଗୁ କରାଯାଇଛି । ବର୍ଷା ହେଲେ ଅତି କମ୍‌ରେ ୧୦ ଓଭର ବିଶିଷ୍ଟ ମ୍ୟାଚ୍‌ କରାଯାଇପାରିବ । ୧୦ ଓଭରରୁ କମ୍‌ ଓଭର ଖେଳ ହେବ ନାହିଁ । ରିଜର୍ଭ ଡେ’ରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ଉଭୟ ଦଳ ଟ୍ରଫି ଭାଗ କରିବେ । ରବିବାର ଦିନ ଖେଳ ଆରମ୍ଭ ହେବା ପରେ ବର୍ଷା ଯୋଗୁ ଆଉ ଖେଳ ସମ୍ଭବ ନହେଲେ ସୋମବର ଦିନ ପରବର୍ତ୍ତୀ ଓଭର ଖେଳ ହେବ । ଉଦାହରଣ ସ୍ୱରୂପ ରବିବାର ମ୍ୟାଚ୍‌ ଆରମ୍ଭ ହୋଇ ଗୋଟିଏ ଇନିଂସର ୫ ଓଭର ଶେଷ ହେବା ପରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ପରଦିନ ଷଷ୍ଠ ଓଭରରୁ ଖେଳ ଆରମ୍ଭ କରାଯିବ ।

ଇଂଲଣ୍ଡ ସମ୍ଭାବ୍ୟ ୧୧: ଜୋସ୍ ବଟଲର୍‌ (ଅଧିନାୟକ), ଆଲେକ୍ସ ହେଲ୍ସ, ଫିଲ୍ ସଲ୍ଟ, ବେନ୍ ‌ଷ୍ଟୋକ୍ସ, ଲିଆମ୍‌ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, ହାରି ବ୍ରୁକ, ସାମ କରନ୍‌, କ୍ରିସ୍‌ ୱକ୍ସ, କ୍ରିସ୍ ଜୋର୍ଡାନ୍‌, ଆଦିଲ୍ ରସିଦ୍‌।

ପାକିସ୍ତାନ ସମ୍ଭାବ୍ୟ ୧୧: ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ମହମ୍ମଦ ହାରିସ୍‌, ଶାନ୍ ମାସୁଦ, ଇଫତିକାର ଅହମ୍ମଦ, ସଦାବ ଖାନ୍, ମହମ୍ମଦ ନୱାଜ, ମହମ୍ମଦ ୱାସିମ୍‌ ଜୁନିୟର୍‌, ସାହିନ ସାହା ଆଫ୍ରିଦି, ନସିମ୍ ସାହା, ହାରିସ ରୌଫ।

Exit mobile version