Site icon ଆଜିକାଲି

ଆଜି ୭୪ତମ ସାଧାରଣତନ୍ତ୍ର ଦିବସ, ପ୍ରଥମଥର ପାଇଁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବ ଭବ୍ୟ ପରେଡ୍

ନୂଆଦିଲ୍ଲୀ : ଆଜି ଭାରତ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ପ୍ରଥମଥର ପାଇଁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବ ଭବ୍ୟ ପରେଡ୍ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ନେନୃତ୍ବ ନେବା ସହିତ ଜାତୀୟ ପତାକା ଉତ୍ତୋଳନ କରିବେ । ଅତିଥି ଭାବେ ମଞ୍ଚ ମଣ୍ଡନ କରିବେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି । ଇଜିପଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହେବ ।

ସେହିପରି ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟର ଲିଡ୍ ନେବେ ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଛି। ସ୍ବଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।

Exit mobile version