Site icon ଆଜିକାଲି

ଆଜି ୭ଟି ସହରର ୮ ଟି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୁହାଯାଏ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ରାମ ନିଅନ୍ତି ନାହିଁ । ସବୁ ସମୟ ଦେଶ ପାଇଁ କାମ କରନ୍ତି । ତେବେ ସେ ୭୨ ବର୍ଷ ବୟସରେ ମଧ୍ୟ ଏବେ ବି ପୁରା ଫିଟ୍ ଅଟନ୍ତି । ଆଜି ଠାରୁ ଆରମ୍ଭ ହେବାକୁ ଥିବା ତାଙ୍କର ଦୁଇ ଦିନିଆ ବିଭିନ୍ନ ରାଜ୍ୟ ଗସ୍ତ ସମସ୍ତଙ୍କ ପାଇଁ ଉଦାହରଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ବହୁତ ଲମ୍ବା ଏବଂ ବ୍ୟସ୍ତବହୁଳ ହେବାକୁ ଯାଉଛି । ମୋଦି ଏପ୍ରିଲ ୨୪ ରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରିବେ। ଏହି ସମୟରେ ମୋଦି ୫ ହଜାର କିଲୋମିଟରରୁ ଅଧିକ ଯାତ୍ରା କରିବେ। ତାଙ୍କର ଏହି ଯାତ୍ରା ସମୟରେ ସେ ସାତୋଟି ବିଭିନ୍ନ ସହର ପରିଦର୍ଶନ କରିବେ ଏବଂ ଆଠଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ମୋଦିଙ୍କ କାର୍ଯ୍ୟକ୍ରମ ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ ହେବ। ସେ ପ୍ରଥମେ ମଧ୍ୟପ୍ରଦେଶ ଗସ୍ତ କରିବେ, ଏହା ପରେ ପ୍ରଧାନମନ୍ତ୍ରୀ ଦକ୍ଷିଣରେ କେରଳ ଯିବେ ବୋଲି ଅଧିକାରୀମାନେ କହିଛନ୍ତି। ଏହା ପରେ ସେ ପଶ୍ଚିମରେ ଥିବା ୟୁନିଅନ୍ ଟେରିଟୋରୀକୁ ଯାଇ ଦିଲ୍ଲୀ ଫେରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବିଷୟରେ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୪ ଏପ୍ରିଲ ସକାଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଖଜୁରାହୋ ଯିବେ। ଏହି ସମୟରେ ସେ ୫୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବେ । ସେ ଖଜୁରାହୋରୁ ରେୱା ଯିବେ । ଏହା ପରେ ରେୱାରେ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ପରେ ସେ ପ୍ରାୟ ୨୮୦ କିଲୋମିଟର ଯାତ୍ରା କରି ଖଜୁରାହୋକୁ ଫେରିବେ । ଖଜୁରାହୋରୁ ମୋଦି କୋଚି ଯିବେ ସେଠୁ ୟୁଭମ୍ କନକ୍ଲେଭରେ ଭାଗ ନେବାକୁ ମୋଦି ୧୭୦୦ କିଲୋମିଟର ଯାତ୍ରା କରିବେ। ତା ପରଦିନ ପ୍ରଧାନମନ୍ତ୍ରୀ  ସକାଳେ କୋଚିରୁ ତିରୁବନନ୍ତପୁରମ୍ ଯାତ୍ରା କରିବେ ଏବଂ ପ୍ରାୟ ୧୯୦ କିଲୋମିଟର ଦୂରତା ଅତିକ୍ରମ କରିବେ। ତିରୁବନନ୍ତପୁରମରେ ମୋଦୀ ଭାଣ୍ଡେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇବେ। ଏଠାରେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୋଦି ସୁରଟ ଦେଇ ସିଲଭାସା ଯିବେ। ଏହି ଯାତ୍ରା ପ୍ରାୟ ୧୫୭୦ କିଲୋମିଟର ହେବ । ମୋଦି ଏଠାରେ ନମୋ ମେଡିକାଲ କଲେଜ ପରିଦର୍ଶନ କରିବେ ଏବଂ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Exit mobile version