Site icon ଆଜିକାଲି

ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଖୁବ୍ ଶୀଘ୍ର ହୋଇପାରେ ତାରିଖ ଘୋଷଣା। ଏଥିପାଇଁ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡକାଯାଇଛି।

ବୈଠକର ଉଦ୍ଦେଶ୍ୟ, ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିଶ୍ଚିତ କରିବାକୁ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ପ୍ରଭାବଶାଳୀ ଭାବେ ଆଚରଣ ସଂହିତା କାର୍ଯ୍ୟକାରୀ କରିବା ସହ ନିର୍ବାଚନରେ ଅର୍ଥ ଏବଂ ବାହୁବଳକୁ ପ୍ରାଧାନ୍ୟ ନ ଦେବାକୁ ଆୟୋଗ ସମସ୍ତ ଯୋଜନା କରିଛି ।

Exit mobile version