Site icon ଆଜିକାଲି

ଆଜି ବିନ୍ନିଙ୍କ ସଭାପତି ପଦରେ ଲାଗିବ ମୋହର

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ବୈଠକରେ ବୋର୍ଡର ସଭାପତି ଭାବେ ପୂର୍ବତନ କ୍ରିକେଟର୍‌ ରୋଜର ବିନ୍ନିଙ୍କ ନାମରେ ମୋହର ବାଜିବ। ନୂ୍ଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲି ସ୍ଥାନ ନେବେ। ବିନ୍ନିଙ୍କ ସହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ସମ୍ପାଦକ ଜୟ ଶାହ, ଆଶିଷ ଶେଲର (କୋଷାଧ୍ୟକ୍ଷ), ରାଜୀବ ଶୁକ୍ଲା (ଉପସଭାପତି) ଓ ଦେବଜିତ ସାଇକିଆ (ଯୁଗ୍ମସମ୍ପାଦକ) ଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏଥିସହ କୋଷାଧ୍ୟକ୍ଷ ପଦ ଛାଡ଼ିଥିବା ଅରୁଣ ଧୂମାଲଙ୍କ ନାମ ମଧ୍ୟ ଆଇପିଏଲ୍‌ ଅଧ୍ୟକ୍ଷ ଭାବେ ଘୋଷଣା ହେବ। ଏହି ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଲୋଚନା ହେବାର ରହିଛି।

ବିସିସିଆଇ ନିଜେ ପ୍ରାର୍ଥୀ ଦେବ କି ଗ୍ରେଗ୍‌ ବାର‌କ୍ଲେଙ୍କୁ ଦ୍ବିତୀୟ ଥର ଲାଗି ସମର୍ଥନ କରିବ ସେ ବିଷୟରେ ସଦସ୍ୟମାନେ ବିଚାର କରିବେ। ଆଇସିସି ଅଧ୍ୟକ୍ଷ ପଦ ଲାଗି ପ୍ରାର୍ଥିପତ୍ର ଦାଖଲ କରିବାର ଶେ‌ଷ ତାରିଖ ଚଳିତ ମାସ ୨୦ ରହିଥିଲା ବେଳେ ବୋର୍ଡ ବୈଠକ ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ମେଲ୍‌ବର୍ଣ୍ଣରେ ଅନୁ‌ଷ୍ଠିତ ହେବ। ବିସିସିଆଇ ଗାଙ୍ଗୁଲିଙ୍କ ନାମ ଆଇସିସିର ମୁଖ୍ୟ ପଦ ପାଇଁ ବିଚାର କରୁଛି କି ନାହିଁ ତାହା ଦେଖିବାର ରହିଛି। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ପୂର୍ବତନ ବିସିସିଆଇ ସଭାପତି ଏନ୍‌. ଶ୍ରୀନିବାସନଙ୍କ ନାମ ମଧ୍ୟ ଆଇସିସି ଅଧ୍ୟକ୍ଷ ଲାଗି ଆଲୋଚନା ହେଉଛି।

FacebookTwitterLinkedinWhatsapp
Exit mobile version