Site icon ଆଜିକାଲି

ଚଳିତବର୍ଷ ଦିଲ୍ଲୀରେ ବାଣ ବିକ୍ରୀ ଏବଂ ବ୍ୟବହାର ଉପରେ ପୂର୍ଣ୍ଣମାତ୍ରାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଥଣ୍ଡା ଋତୁରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ପାଇଁ ପୂର୍ବ ବର୍ଷ ପରି ଏଥର ମଧ୍ୟ ସମସ୍ତ ପ୍ରକାର ବାଣ ଉତ୍ପାଦନ, ଗୋଦାମ, ବିକ୍ରୀ ଏବଂ ତା’ର ବ୍ୟବହାର ଉପରେ ପୂର୍ଣ୍ଣମାତ୍ରାରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଦିଲ୍ଲୀରେ ଏଥର ବାଣର ଅନ୍‌ଲାଇନ୍ ବିକ୍ରୀ ଏବଂ ଡେଲିଭରୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ଏବଂ ଏହି ପ୍ରତିବନ୍ଧ ୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଲାଗୁ ରହିବ । ଏହାସହ ପ୍ରତିବନ୍ଧକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ୍‌, ଡିପିସିସି ଏବଂ ରାଜସ୍ୱ ବିଭାଗ ସହିତ ମିଶି ସଂଯୁକ୍ତ କାର୍ଯ୍ୟଯୋଜନା କରାଯିବ ।

ସେ ଟ୍ୱିଟ କରି କହିଛନ୍ତି, ଦିଲ୍ଲୀର ବାସିନ୍ଦାଙ୍କୁ ପ୍ରଦୂଷଣ ବିପଦରୁ ରକ୍ଷା କରିବା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଯେପରି ଲୋକଙ୍କ ଜୀବନ ଉପରେ ବିପଦ ନପକାଇବ । ଏହି ପ୍ରତିବନ୍ଧକ ୧ ଜାନୁଆରୀ ୨୦୨୩ ଯାଏଁ ରହିବ । ଦୃଢ ପଦକ୍ଷେପ ସହ ଦିଲ୍ଲୀ ପୁଲିସ,ଡିଏସପି ଓ ରାଜସ୍ୱ ବିଭାଗ ସହ ମିଶି ଏହାକୁ ସଫଳ କରିବା ପାଇଁ ପରିବେଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ୨୮ ସେପ୍େଟମ୍ବର ଠାରୁ ୧ ଜାନୁଆରୀ ୨୦୨୨ ଯାଏଁ ଦିଲ୍ଲୀରେ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ବାଣ ନୁହେଁ ଦୀପ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା । ବାଣ ଫୁଟାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Exit mobile version