Site icon ଆଜିକାଲି

ତ୍ରିପୁରା ନର୍ବାଚନ : ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଅଗରତାଲା : ତ୍ରିପୁରା ନର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। କଂଗ୍ରେସ ରାଜ୍ୟରେ ସିପିଆଇଏମ୍ ସହ ମିଶି ନିର୍ବାଚନ ଲଢ଼ିବ। ପୂର୍ବତନ ବିଜେପି ମନ୍ତ୍ରୀ ତଥା ଅଗରତାଲାରୁ ବିଧାୟକ ଥିବା ସୁଦୀପ ରୟ ବର୍ମନ କଂଗ୍ରେସ ପକ୍ଷୁ ଅଗର ତାଲାରୁ ହିଁ ନିର୍ବାଚନ ଲଢ଼ିବେ।

ଫେବ୍ରୁଆରୀ ୧୬ ତାରିଖରେ ଭୋଟ୍ ଗ୍ରହଣ ହେବ। ହେଲେ ତା ପୂର୍ବରୁ ଦଳ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏନେଇ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି କଂଗ୍ରେସ। ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଭୂପେଶ ବଘେଲ, ଅଶୋକ ଗେହେଲୋଟ, ସଚିନ ପାଇଲଟ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଷ୍ଟାର ପ୍ରଚାର ତାଲିକାରେ ରହିଛନ୍ତି।

ସୂଚନା ଯେ, କଂଗ୍ରେସ ପୂର୍ବରୁ ସହଯୋଗୀ ସିପିଆଇଏମ୍‌ ନିଜ ଦଳରୁ ୪୭ ପ୍ରାର୍ଥୀ ଘୋଷଣା କରିଛି। ୪୭ ଆସନରୁ ସିପିଆଏମ୍ ୪୩ରେ ନିର୍ବାଚନ ଲଢ଼ିବାକୁ ଥିବା ବେଲେ ସଂହଯୋଗୀ ସିପିଆଇ, ଆର୍‌ଏସ୍‌ପି ଓ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ ପ୍ରତ୍ୟେକ ଗୋଟିଏ ଲେଖାଏ ଆସନରେ ନିର୍ବାଚନ ଲଢିବେ। ବାମ ଦଳ ଏଥର ରାଜ୍ୟରେ ୨୪ ଜଣ ନୂଆ ମୁହଁକୁ ରାଜନୀତିରେ ଛାଡ଼ିବ ବୋଲି ଘୋଷଣା କରିଛି।

Exit mobile version