Site icon ଆଜିକାଲି

ତ୍ରିପୁରା ନିର୍ବାଚନ : ବିଜେପି ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ନାଁ ନାହିଁ

ଅଗରତାଲାର: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ବିଜେପି ନିଜ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ୪୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ନାମ ନାହିଁ । ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ଆସନ ବନମାଳିପୁରରୁ ବିଜେପି ରାଜ୍ୟ ସଭାପତି ରାଜୀବ ଭଟ୍ଟାଚାର୍ଜୀଙ୍କୁ ପ୍ରାର୍ଥୀ କରାଯାଇଛି ।

ଟାଉନ ବୋର୍ଡୋବଲି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମାଣିକା ଶାହାଙ୍କୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ସେ ଧନପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତ୍ରିପୁରାରେ ୬୦ଟି ଆସନ ପାଇଁ ଫେବୃଆରୀ ୧୬ରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୨ ରେ ଭୋଟ ଗଣତି ହେବ। ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୨୨ରେ ଶେଷ ହେଉଛି ।

Exit mobile version