Site icon ଆଜିକାଲି

ତୁନିଶା ଶର୍ମା ମୃତ୍ୟୁ ମାମଲା : ଅଭିଯୁକ୍ତ ଶିଜାନ ଖାନଙ୍କୁ ଜାମିନ

ପାଲଘର: ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ଟିଭି ଅଭିନେତା ଶିଜାନ ଖାନଙ୍କୁ ଜାମିନ ମିଳିଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ କୋର୍ଟ ଏହି ମାମଲାରେ ଗିରଫ ହୋଇଥିବା ଶିଜାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି‌।

ଗତବର୍ଷ ଡିସେମ୍ବର ୨୪ରେ ଏକ‌ ଟିଭି ସିରିଏଲର ସୁଟିଂ ସେଟରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତୁନିଶାଙ୍କ ମା’ଙ୍କ ଅଭିଯୋଗ ପରେ ଶିଜାନ ଖାନଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ଥିଲେ ।

Exit mobile version