Site icon ଆଜିକାଲି

ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ଦେହାନ୍ତ

ମୁମ୍ବାଇ : ଆଉ ନାହାନ୍ତି ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କର। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ସମୀରଙ୍କ ଭାଇ ଗଣେଶ ଖକ୍କର ସମୀରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ମଧ୍ୟ ଅଭିନେତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ସମୀର ଖକ୍କରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ।ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଗତକାଲି ଅପରାହ୍ନରେ ତାଙ୍କୁ ବୋରିବଲୀ ଏମ୍ଏନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା, ସେଠାରେ ସେ ଚେତା ପଳାଇଯାଇଥିଲା। ସେହି ସମୟରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ପରେ ଏକାଧିକ ଅଙ୍ଗ ଫେଲିୟର ହେତୁ ଆଜି ସକାଳ ୪.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଶେଷ ରୀତିନୀତି ବୋରିବାଲୀର ବାଭଇ ନାକା ଶଶ୍ମାନରେ ଅନୁଷ୍ଠିତ ହେବ

Exit mobile version