Site icon ଆଜିକାଲି

ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍ ‘କୁ’ର ଆକାଉଣ୍ଟ ବନ୍ଦ କଲା ଟ୍ବିଟର

ୱାଶିଂଟନ୍: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ର ଏକ ଆକାଉଣ୍ଟକୁ ସସପେଣ୍ଡ୍ କରିଛି । କିଛି ଦିନ ତଳେ ଟ୍ୱିଟରରେ @kooeminence ନାମକ ‘କୁ’ର ଏହି ହ୍ୟାଣ୍ଡଲ୍ ସେଲିବ୍ରିଟି ଏବଂ ଭିଭିଆଇପିମାନଙ୍କ ପାଇଁ ସୃଷ୍ଟି କରାଯାଇଥିଲା | ଏହା ମାଧ୍ୟମରେ କୁ’ର ବ୍ୟବହାର ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦିଆଯାଉଥିଲା | କିନ୍ତୁ ଶୁକ୍ରବାର ହଠାତ୍ ଏହି ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଛି। ଏହାଛଡ଼ା ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ଟ୍ୱିଟର ନ୍ୟୁୟର୍କ ଟାଇମ୍ସ, ସିଏନ୍ଏନ୍ ଏବଂ ୱାଶିଂଟନ୍ ପୋଷ୍ଟ ସମେତ ବିଶ୍ୱର ଅନେକ ଅଗ୍ରଣୀ ସାମ୍ବାଦିକଙ୍କ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ୍ କରିଛି ।

କୁ’ର ସହ ପ୍ରତିଷ୍ଠାତା ମୟଙ୍କ ବିଦାଓ୍ବାତକା ଟ୍ବିଟରରେ ଏକ ସିରିଜରେ @kooeminence ଆକାଉଣ୍ଟକୁ ସସପେଣ୍ଡ୍ କରିବାର କାରଣ ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଟ୍ବିଟରରେ ବାର୍ତ୍ତାଳାପକୁ ନିୟନ୍ତ୍ରଣ କରିବା ପାଇଁ ଟ୍ୱିଟର ରାତାରାତି ସ୍ପେସ୍ ଶେଷ କରିଦେଇଛି। ଗତ ସପ୍ତାହରେ ଟ୍ୱିଟର ଆହୁରି କିଛି କାର୍ଯ୍ୟ କରିଛି ଯାହା ଗଣତାନ୍ତ୍ରିକ ନୁହେଁ। ଏହା ଉପରେ ସମସ୍ତେ ମୁହଁ ଖୋଲିବା ଉଚିତ | ବିଦାଓ୍ବାତକା କହିଛନ୍ତି ଯେ ଘରୋଇ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ” ଟ୍ବିଟରର ଏକ ସବୁଠୁ ଭଲ ବିକଳ୍ପ। ଆପଣ ଏବଂ ଆମ ପରି ଲକ୍ଷ ଲକ୍ଷ ୟୁଜରଙ୍କ ପାଇଁ ଟ୍ବିଟର ତିଷ୍ଠିଛି | ଆସନ୍ତୁ ଏହି ବ୍ୟକ୍ତି (ମସ୍କ)ଙ୍କ ଅହଂକାରକୁ ବରଦାସ୍ତ କରିବା ନାହିଁ |

ଟ୍ୱିଟର ମଧ୍ୟ ଏହାର ପଲିସି ଅପଡେଟ୍ କରିଛି । “ଲାଇଭ୍ ଲୋକେସନ ସୂଚନା, ଟ୍ୱିଟରରେ ସିଧାସଳଖ ସେୟାର ହୋଇଥିବା ସୂଚନା କିମ୍ବା ଭ୍ରମଣ ମାର୍ଗର ତୃତୀୟ ପକ୍ଷ ୟୁଆରଏଲ୍ ସହିତ ଲିଙ୍କ୍” ସେୟାର କରିବା ବର୍ତ୍ତମାନ ନିଷେଧ | ଏହାରି ଭିତରେ ମିଳିତ ଜାତିସଂଘ ଏବଂ ୟୁରୋପୀୟ ସଂଘ ଟ୍ୱିଟର ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଏଲନ୍ ମସ୍କଙ୍କୁ ବ୍ୟାନ୍ କରିବାକୁ ଧମକ ଦେଇଛନ୍ତି।

Exit mobile version