Site icon ଆଜିକାଲି

ନ୍ୟୁୟର୍କ: ଟ୍ୱିଟର ସିଇଓ ଏଲନ୍ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ୱିଟର ଖୁବ୍ ଶୀଘ୍ର ଏହି ପ୍ଲାଟଫର୍ମରେ ସେମାନଙ୍କ ବିଜ୍ଞାପନ ପାଇଁ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ପଇସା ଦେବ। ପ୍ରଥମ ପର୍ଯ୍ୟାୟରେ ୫୦ ମିଲିୟନ୍ ଡଲାର ଦିଆଯିବ | ତେବେ ମସ୍କ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ଏହାର ଲାଭ କେବଳ ଭେରିଫାଏଡ୍ ଆକାଉଣ୍ଟ ଗୁଡ଼ିକର ୟୁଜରଙ୍କୁ ମିଳିବ।

ଏଲନ୍ ମସ୍କ ଏକ ଟୁଇଟ୍ କରି କହିଛନ୍ତି, “କିଛି ସପ୍ତାହ ମଧ୍ୟରେ ଟ୍ୱିଟର ବିଜ୍ଞାପନ ପାଇଁ କ୍ରିଏଟରଙ୍କୁ ପଇସା ଦେବା ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ୫୦ ମିଲିୟନ୍ ଡଲାର୍ ପ୍ରଦାନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଭେରିଫାଏଡ୍ ଆକାଉଣ୍ଟର କ୍ରିଏଟରଙ୍କୁ ମଧ୍ୟ ପାଉଣା ପ୍ରଦାନ କରାଯିବ ଏବଂ ବିଜ୍ଞାପନ ଭେରିଫାଏଡ୍ ହୋଇଥିବା ଆକାଉଣ୍ଟରେ ଚାଲିବ।

ସମ୍ପ୍ରତି ବ୍ଲୁମବର୍ଗ ବିଲିୟନେୟାର ତାଲିକା ଅନୁଯାୟୀ, ଫ୍ରାନ୍ସର ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇ ଭ୍ୟୁଟନ୍ ବର୍ନାର୍ଡ ଆର୍ନାଲ୍ଟଙ୍କ ସିଇଓଙ୍କୁ ଟପି ଏଲନ୍ ମସ୍କ ପୁଣି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ତାଲିକା ଅନୁଯାୟୀ ଗୁରୁବାର ସୁଦ୍ଧା ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୮୨ ବିଲିୟନ ଡ଼ଲାର୍ ଥିବାବେଳ ଆର୍ନଲ୍ଟଙ୍କ ସମ୍ପତ୍ତି ମୂଲ୍ୟ ଥିଲା ୮୭ ବିଲିୟନ ଡ଼ଲାର୍ । ମସ୍କ ମାଲିକାନା ହାସଲ କରିବା ପରଠାରୁ ଟ୍ୱିଟରରେ ଅନେକ ପରିବର୍ତ୍ତନ ହୋଇଛି | ସେଥିମଧ୍ୟରୁ ଟ୍ବିଟ୍ ଏଡିଟ୍ କରିବା ସୁବିଧା ଅନ୍ୟତମ ।

Exit mobile version