Site icon ଆଜିକାଲି

ନିଷେଧାଦେଶ ସତ୍ତ୍ୱେ ବଳାତ୍କାର ପୀଡିତାଙ୍କ ଉପରେ ହେଉଛି ‘ଟୁ-ଫିଙ୍ଗର୍ ଟେଷ୍ଟ’, ସୁପ୍ରିମକୋର୍ଟଙ୍କ ଅସନ୍ତୋଷ


ନୂଆଦିଲ୍ଲୀ: ନିଷେଧାଦେଶ ସତ୍ତ୍ୱେ ବଳାତ୍କାର ପୀଡିତାଙ୍କ ଉପରେ ‘ଟୁ-ଫିଙ୍ଗର୍ ଟେଷ୍ଟ” ଜାରି ରହିଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବଳାତ୍କାର ମାମଲାରେ ଏଭଳି ଟେଷ୍ଟ ଯେଉଁମାନେ କରୁଛନ୍ତି ସେମାନଙ୍କୁ ଅସଦାଚରଣ ପାଇଁ ଦୋଷୀ ସାବ୍ୟସ୍ତ କରାଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ଏଥି ସହିତ ମେଡିକାଲ ଅଧ୍ୟୟନ ବିଷୟରୁ ‘ଟୁ-ଫିଙ୍ଗର୍ ଟେଷ୍ଟ’ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବଳାତ୍କାର ହୋଇଛି କି ନାହିଁ ତାହା ସ୍ପଷ୍ଟ କରିବ ପାଇଁ ଏଭଳି ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନାହିଁ । ଏହା କେବଳ ପୁରୁଷ କୈନ୍ଦ୍ରିକ ଚିନ୍ତାଧାରା ଉପରେ ଆଧାରିତ । ‘ଟୁ-ଫିଙ୍ଗର୍ ଟେଷ୍ଟ’ ଦ୍ବାରା ଦୁଷ୍କର୍ମ ପୀଡ଼ିତା ପୁଣି ଏକପ୍ରକାର ମାନସିକ ଆଘାତ ପାଇଥାନ୍ତି ।

ସୁପ୍ରିମକୋର୍ଟ ଉପରୋକ୍ତ ମତ ଦେବା ସହ ଜଣେ ବଳାତ୍କାର ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ହାଇକୋର୍ଟ ରାୟକୁ ରଦ୍ଦ କରିଦେଇଛନ୍ତି ଏବଂ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାଛଡ଼ା ‘ଟୁ-ଫିଙ୍ଗର୍ ଟେଷ୍ଟ’ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୩ରେ ସୁପ୍ରିମକୋର୍ଟ ‘ଟୁ-ଫିଙ୍ଗର୍ ଟେଷ୍ଟ’କୁ ଅସାମ୍ବିଧାନିକ ବୋଲି କହି ଏଭଳି ପ୍ରାକ୍ଟିସକୁ ବ୍ୟାନ୍ କରିଥିଲେ ।

Exit mobile version