Site icon ଆଜିକାଲି

ଜମ୍ମୁ କାଶ୍ମୀରର ବାଲାକୋଟରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ

ବାଲାକୋଟ: ଜମ୍ମୁ କାଶ୍ମୀରର ବାଲାକୋଟରେ ଚାଲିଥିବା ଏକ ଅପରେସନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।

ପୁଞ୍ଚ୍‌ ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍ଓସି)ର ବାଲାକୋଟ୍ ସେକ୍ଟରରେ ୧୯ ମାଡ୍ରାସ ୬୩୮ ପୋଷ୍ଟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିବା ପରେ ଏହି ସୀମନ୍ତ ଅଞ୍ଚଳକୁ ସୁରକ୍ଷା ବାହିନୀ ଚାରିପଟେ ଘେରିଥିଲେ । ଶନିବାର ବିଳମ୍ବିତ ରାତିରୁ ଏହି ଅପରେସନ ଆରମ୍ଭ କରିଥିଲା। ଲୁଚିଥିବା ଆତଙ୍କବାଦୀଙ୍କୁ ପ୍ରଥମେ ସରେଣ୍ଡର କରିବାକୁ କୁହାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେନା ତରଫରୁ ଏହାର ଜବାବ ଦିଆଯାଇଥିଲା । ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

Exit mobile version